ଇଡକଲ୍ ଡେପୁଟି ମ୍ୟାନେଜରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଭୁବନେଶ୍ୱର – ଭିଜିଲାନ୍ସ ଜାଲରେ ପଡିଲେ ଇଡକଲ୍ ଡେପୁଟି ମ୍ୟାନେଜର । ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଇଡକଲ୍ ଅମ୍ପାଭାଲି ଲାଇମ୍ ଷ୍ଟୋନ ମାଇନ୍ସ ଡେପୁଟି ମ୍ୟାନେଜର ଗୟା ସାନ୍ତରାଙ୍କ ଘର ସମେତ ଏକକାଳୀନ ୭ଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ । ଭୁବନେଶ୍ୱର, କୋରାପୁଟ, ରାୟଗଡ଼ା ଓ ନୟାଗଡ଼ ସମେତ ୭ଟି ସ୍ଥାନରେ ଚଢ଼ାଉ ଚାଲିଛି।

ଭୁବନେଶ୍ୱର ମଞ୍ଚେଶ୍ୱର ଇଣ୍ଡଷ୍ଟ୍ରିଆଲ୍ ଇଷ୍ଟେଟରେ ଜୋନ୍ ସେକ୍ଟର-ଏରେ ଥିବା ତିନି ମହଲା କୋଠା, ଭୁବନେଶ୍ୱରର ଜୟଦେବ ବିହାରରେ ନିର୍ମାଣାଧୀନ ଚାରିମହଲା କୋଠା, କୋରାପୁଟ ଜିଲ୍ଲା ସୁଙ୍କି ଗେଟରେ ଅବସ୍ଥିତ ଭଡ଼ା ଘର, କୋରାପୁଟର ଅମ୍ପାଭାଲି-ସିମାଗୋଡାଠାରେ ଅଫିସ୍ ଚାମ୍ବର, ପ୍ଲଟ୍ ନମ୍ବର ୬୩ / ଏ, ସେକ୍ଟର-ଏ, ଜୋନ୍-ଡି, ମଞ୍ଚେଶ୍ୱର ଇଣ୍ଡଷ୍ଟ୍ରିଆଲ୍ ଇଷ୍ଟେଟ୍ ଉପରେ ଅବସ୍ଥିତ ଗ୍ଲୋବାଲ୍ ଇଞ୍ଜିନିୟର୍ସର ବ୍ୟବସାୟ ପରିସର, ନୟାଗଡ଼ର ଓଡ଼ଗାଁ ଥାନା ପାଟନା ସାହି, ପୈତୃକ ଘର ଏବଂ ରାୟଗଡ଼ାର ମୁନିଗୁଡ଼ା ପାଇକ ଛକରେ ଥିବା ଶ୍ୱଶୁର ଘରରେ ଏହି ଚଢ଼ାଉ କରିଛି ଭିଜିଲାନ୍ସ।

Comments are closed.