ହକି ବିଶ୍ୱକପ ନେଇ ଆସନ୍ତା ୨୨ରେ ମୁଖ୍ୟମନ୍ତ୍ରୀ ଡାକିଲେ ସର୍ବଦଳୀୟ ବୈଠକ

ଭୁବନେଶ୍ବର – ହକି ବିଶ୍ୱକପ ଆୟୋଜନ ଲାଗି ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଜାନୁଆରୀ ୧୩ରେ ଆରମ୍ଭ ହେବାକୁ ଥିବା ହକି ବିଶ୍ୱକପ ଏଥର ଭୁବନେଶ୍ୱର ସମେଥ ରାଉରକେଲାରେ ମଧ୍ୟ ଖେଳାଯିବ । କିଭଳି ଭାବେ ସାରାବିଶ୍ୱରୁ ଆସିବାକୁ ଥିବା ହକି ପ୍ରେମୀ ଓ ପର୍ଯ୍ୟଟକ ଭଲ ଆତିଥେୟତା ପାଇବେ ସେ ନେଇ ଜୋରଦାର ପ୍ରୟାସ ଜାରି ରହିଛି। ବିଶ୍ୱକପର ସଫଳ ଆୟୋଜନ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହକି ଆସନ୍ତା ୨୨ ତାରିଖରେ ସର୍ବଦଳୀୟ ବୈଠକ ଡାକିଛନ୍ତି। ଆସନ୍ତା ୨୨ ତାରିଖରେ ସନ୍ଧ୍ୟା ୫ଟାର ଲୋକସେବା ଭବନ କନଭେନସନ ହଲରେ ଏହି ବୈଠକ ବସିବ ।

Comments are closed.