ହିନ୍ଦୁ ଧର୍ମରେ ଦେବଦେବୀଙ୍କ ପୂଜାରେ କର୍ପୂରର ବ୍ୟବହାର ହୋଇଥାଏ l କର୍ପୁର ବ୍ୟବହାର କରିବା ଦ୍ୱାରା ଘରକୁ ସକାରାତ୍ମକ ଶକ୍ତିର ଆଗମନ ହୋଇଥାଏ l ଶାସ୍ତ୍ର ଅନୁସାରେ ଏପରି କିଛି ତଥ୍ୟ ଦିଆଯାଇଛି ଯାହା ରବିବାର ଦିନ ଆପଣ କର୍ପୁରର ବ୍ୟବହାର କରିବା ଦ୍ୱାରା ଅର୍ଥର ଅସୁବିଧାକୁ ଦୂର କରିଥାଏ l
ରବିବାର ଦିନ ଶ୍ରୀ କର୍ପୂର ଓ ଗୋଲାପ ଫୁଲ ମା ଦୁର୍ଗାଙ୍କ ନିକଟରେ ଜଳାଇବା ଦ୍ୱାରା ଧନ ଲାଭର ବାଟ ଖୋଲିଯାଇ ଥାଏ ଏବଂ ବ୍ୟବସାୟ ରେ ସଫଳତା ପ୍ରାପ୍ତି ହୋଇଥାଏ l ଏହିଦିନ ମଧ୍ୟ ସୂର୍ଯ୍ୟଙ୍କ ନିକଟରେ କର୍ପୂର ଆଳତି କରିବା ଜରୁରୀ , ଯାହାଦ୍ୱାରା ଯଶ ବୃଦ୍ଧି ହୋଇଥାଏ ।
ରବିବାର ଦିନ ଶ୍ରୀକର୍ପୂରରେ ୩ଟି ଲବଙ୍ଗ ମିଶାଇ ଆଳତୀ କରିବା ଦ୍ୱାରା ଘରର ନକାରାତ୍ମକ ଶକ୍ତି ଦୂର ହୋଇଥାଏ l ଯଦି ଆପଣ ଗୋଟିଏ ରୁପା ପାତ୍ରରେ କର୍ପୁର ଓ ଦୁଗ୍ଧ ସୂର୍ଯ୍ୟଙ୍କୁ ଅର୍ପଣ କରିବେ ତେବେ ସନ୍ତାନ ମାନଙ୍କ ଜୀବନରେ ସୁଖ ସମୃଦ୍ଧିର ବୃଦ୍ଧି ହୋଇଥାଏ l
ପ୍ରତିଦିନ ତ କର୍ପୁର ଜଳାଇବା ଆବଶ୍ୟକ l କିନ୍ତୁ ରବିବାର ଦିନ ସୂର୍ଯ୍ୟଦେବଙ୍କ ନିକଟରେ ଘିଅ ଓ କର୍ପୁର ମିଶାଇ ଆଳତୀ କରିବା ଉଚିତ l ଏହା ଦ୍ୱାରା ରୋଗ ବୈରାଗ ଦୂର ହୋଇଥାଏ l
ଯଦି ପ୍ରତିଦିନ ଘରର ପୂଜା ସ୍ଥଳରେ କର୍ପୁର ଜଳା ଯାଇଥାଏ ତେବେ ପରିବାରର ସମସ୍ତ ସଦସ୍ୟ ରୋଗମୁକ୍ତ ରହି ଥାଆନ୍ତି ଓ ବାସ୍ତୁ ଦୋଷ ଦୂର ହୋଇଥାଏ l
ସୁଖୀ ଦାମ୍ପତ୍ୟ ଜୀବନ ପାଇଁ ରବିବାର ଦିନ ପତିପତ୍ନୀ ମିଳିତ ଭାବରେ ସୂର୍ଯ୍ୟଦେବ ଙ୍କୁ ପୂଜା କରିବା ଆବଶ୍ୟକ ଓ ଏହି ପୂଜାରେ ଦୁଗ୍ଧ ଅର୍ଘ୍ୟ ଦେବା ଜରୁରୀ ଏବଂ ସୂର୍ଯ୍ୟଦେବଙ୍କ ଉଦେଶ୍ୟରେ ସୂର୍ଯ୍ୟ ମନ୍ତ୍ର ପାଠ କରି କର୍ପୂର ଆଳତୀ କରନ୍ତୁ l
ଯେଉଁ ଲୋକମାନେ ଆକସ୍ମିକ ଦୁର୍ଘଟଣାକୁ ଭୟ କରନ୍ତି ସେମାନେ ପ୍ରତିଦିନ ହନୁମାନ ଚାଳିଶା ପାଠ କରି କର୍ପୂର ଆଳତୀ କରନ୍ତୁ l
( ସଂଗୃହିତ)
Comments are closed.