କଳାହାଣ୍ଡି ଜିଲ୍ଲା କେଗାଓଁ ଫରେଷ୍ଟ ରେଞ୍ଜ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଭୁବନେଶ୍ୱର – ଭିଜିଲାନ୍ସ ଜାଲରେ ଫରେଷ୍ଟ ରେଞ୍ଜ ଅଫିସର। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ କଳାହାଣ୍ଡି ଜିଲ୍ଲା କେଗାଓଁ ଫରେଷ୍ଟ ରେଞ୍ଜ ଅଧିକାରୀ କେଶବ ମାଝୀଙ୍କ ବିଭିନ୍ନ ଠିକଣାରେ ଆଜି ଏକକାଳୀନ ଚଢ଼ାଉ କରିଛି ଭିଜିଲାନ୍ସ ବିଭାଗ । କଳାହାଣ୍ଡି ଜିଲ୍ଲା କେସିଙ୍ଗା ସହରର ଓମ୍ ନଗର ସ୍ଥିତ କେଶବଙ୍କ ତିନି ମହଲା ଘର, କେଗାଓଁରେ ଥିବା ଅଫିସ ଚାମ୍ବର ଓ ସରକାରୀ ବାସଭବନ, କେସିଙ୍ଗା ଥାନା ବ୍ରାହ୍ମଣୀ ଗାଁରେ ଥିବା କେଶବଙ୍କ ଘରେ ଏକକାଳୀନ ଚଢ଼ାଉ କରିଛି ଭିଜିଲାନ୍ସ। ଭିଜିଲାନ୍ସ ଚଢ଼ାଉ ଟିମରେ ୫ ଜଣ ଡିଏସପି, ୬ ଇନ୍ସପେକ୍ଟର ଓ ଅନ୍ୟ କର୍ମଚାରୀ ସାମିଲ ଅଛନ୍ତି।

Comments are closed.