ଲାଞ୍ଚ ନେଉଥିବା ବେଳେ କନିଷ୍ଠ ଯନ୍ତ୍ରୀଙ୍କୁ ମାଡ଼ି ବସିଲା ଭିଜିଲାନ୍ସ

କାଶୀନଗର – ବିଲ୍ କରାଇ ଦେବା ପାଇଁ ଜଣେ ଠିକାଦାରଙ୍କଠାରୁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କାଶୀନଗର ଏନଏସିର କନିଷ୍ଠ ଯନ୍ତ୍ରୀ ନରେନ୍ଦ୍ର କୁମାର ସାହୁ ଙ୍କୁ ମାଡ଼ି ବସିଛି ଭିଜିଲାନ୍ସ । ଏହାପରେ ଭିଜିଲାନ୍ସ ଟିମ୍ ତାଙ୍କ କାର୍ଯ୍ୟାଳୟ ଏବଂ କାଶୀନଗର ସ୍ଥିତ ଭଡାଘରେ ଚଢ଼ାଉ କରିଥିବା ସୂଚନା ମିଳିଛି।
ମିଳିଥିବା ସୂଚନା ଅନୁସାରେ, ଗଜପତି ଜିଲ୍ଲା କାଶୀନଗର ଏନଏସିର ୧୧ ନମ୍ବର ବାରକ୍ଡରେ ହୋଇଥିବା ସିସି ରୋଡ କାମ ବାବଦର ବିଲ୍ କରାଇବା ପାଇଁ କନିଷ୍ଠ ଯନ୍ତ୍ରୀ ନରେନ୍ଦ୍ର କୁମାର ସାହୁ ଠିକାଦାର କେ.ତେଜେଶ୍ବର ରାଓଙ୍କ ଠାରୁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ଏହି ସମୟରେ ପୂର୍ବରୁ ଡିଏସପି ଶରତ ସାହୁଙ୍କ ନେତୃତ୍ବରେ ଛକି ରହିଥିବା ଭିଜିଲାନ୍ସ ଟିମ୍ କାବୁ କରିନେଇଥିଲେ।

Comments are closed.