ଫରେଷ୍ଟ ରେଞ୍ଜ ଅଫିସରଙ୍କ ୪ଟି ପ୍ଲଟ, ସୈ।ଖୀନ ଗାଡ଼ି ଠାବ କଲା ଭିଜିଲାନ୍ସ

ଭୁବନେଶ୍ୱର – ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡ଼ିଥିବା କଳାହାଣ୍ଡି ଜିଲ୍ଲା କେଗାଓଁ ଫରେଷ୍ଟ ରେଞ୍ଜ ଅଫିସର କେଶବ ମାଝୀଙ୍କ ଅମାପ ସଂପତ୍ତି ଠାବ ହୋଇଛି । ଭିଜିଲାନ୍ସ ସୂଚନା ଅନୁସାରେ ମାଝୀଙ୍କ ନଗଦ ୨ ଲକ୍ଷ ୭୮ ହଜାର ୬୪୦ ଟଙ୍କା ଜବତ ହୋଇଛି। ମାଝୀଙ୍କ କେସିଙ୍ଗା ଓମ୍ ନଗର ସ୍ଥିତ ଗୋଟିଏ ତିନି ମହଲା କୋଠା ରହିଛି, ଯାହାର ମୂଲ୍ୟ ୧ କୋଟି ୧୮ ଲକ୍ଷ ଟଙ୍କା ହେବ । ୨୦୨୦ ମସିହାରେ ଏହି କୋଠା ନିର୍ମାଣ ହୋଇଥିଲା। କେସିଙ୍ଗା ସହର ଓ ଆଖପାଖ ଅଞ୍ଚଳରେ ଫରେଷ୍ଟ ରେଞ୍ଜ ଅଫିସରଙ୍କ ୪ଟି ପ୍ଲଟ ଠାବ କରିଛି ଭିଜିଲାନ୍ସ। ଏହାଛଡା ଚଢ଼ାଉ ବେଳେ ପ୍ରାୟ ୪୪୬ ଗ୍ରାମର ସୁନା ଅଳଙ୍କାର,୩୨୦ ଗ୍ରାମ ରୁପା ଗହଣା, ଗୋଟିଏ ମହିନ୍ଦ୍ରା ସ୍କୋର୍ପିଓ ଓ ଗୋଟିଏ ମହିନ୍ଦ୍ରା ଏକ୍ସୟୁଭି-୩୦୦ ସମେତ ବ୍ୟାଙ୍କ ଓ ବୀମା ଡିପୋଜିଟ ମଧ୍ୟ ଠାବ କରିଛି ଭିଜିଲାନ୍ସ।

Comments are closed.