ଓଡ଼ିଶା ଓ ଗୁଜରାଟରେ ମିଳିଲା ଓମିକ୍ରନର ବିଏଫ୍.୭ ଭାରିଆଣ୍ଟ୍, ଚୀନରେ‌ କରୋନା ବିସ୍ଫୋରଣ ପଛରେ ରହିଛି ଏହି ଭାରିଆଣ୍ଟ୍

ନୂଆଦିଲ୍ଲୀ: ଭାରତରେ କରୋନା ଭାରିଆଣ୍ଟ ଓମିକ୍ରନର ସବ୍ ଭାରିଆଣ୍ଟ ବିଏଫ୍.୭ ତିନୋଟି ମାମଲା ଚିହ୍ନଟ ହୋଇଛି । ଏଥିମଧ୍ୟରୁ ଗୁଜରାଟରୁ ଦୁଇଟି ମାମଲା ମିଳିଥିବା ବେଳେ ଆଉ ଏକ ମାମଲା ଓଡ଼ିଶାରୁ ରିପୋର୍ଟ ହୋଇଛି । ଚୀନରେ ସମ୍ପ୍ରତି କୋଭିଡ୍ ବିସ୍ଫୋରଣ ପଛରେ ଏହି ସବ୍ ଭାରିଆଣ୍ଟ ମୁଖ୍ୟ କାରଣ ବୋଲି କୁହାଯାଉଛି ।

ଭାରତରେ ବିଏଫ୍.୭ର ପ୍ରଥମ ମାମଲା ଅକ୍ଟୋବରରେ ଚିହ୍ନଟ ହୋଇଥିଲା।

ଚୀନ୍ ସହ କିଛି ଦେଶରେ କୋଭିଡ୍-୧୯ ମାମଲା ବଢୁଥିବା ବେଳେ ଭାରତ ସରକାର ଆଲର୍ଟ ହୋଇଛନ୍ତି । ବୁଧବାର କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବୀୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ସମୀକ୍ଷା ବୈଠକରେ ବିଶେଷଜ୍ଞମାନେ କହିଛନ୍ତି ଯେ ଯଦିଓ ଏପର୍ଯ୍ୟନ୍ତ କୋଭିଡ ମାମଲାରେ କୌଣସି ବୃଦ୍ଧି ହୋଇନାହିଁ, ତଥାପି କିଛି ନୂଆ ପୁରୁଣା ଭାରିଆଣ୍ଟ୍ ଉପରେ ନଜର ରଖିବା ସହ ନିରନ୍ତର ସର୍ଭିଲାନ୍ସର ଆବଶ୍ୟକତା ରହିଛି ।

Comments are closed.