ହକି ବିଶ୍ୱକପ ପାଇଁ ଘୋଷିତ ଭାରତୀୟ ଦଳରେ ଦୁଇ ଓଡିଆ, ଅମିତ ରୋହିଦାସ ଉପଅଧିନାୟକ

ବେଙ୍ଗଳୁରୁ – ଆସନ୍ତା ପୁରୁଷ ହକି ବିଶ୍ବକପ ପାଇଁ ଭାରତୀୟ ଦଳ ଘୋଷିତ ହୋଇଛି । ଦଳରେ ଦୁଇ ଓଡ଼ିଆ ଖେଳାଳିଙ୍କୁ ସ୍ଥାନ ଦିଆଯାଇଛି । ସେମାନେ ହେଲେ ଅମିତ ରୋହିଦାସ ଓ ନୀଲମ ସଂଜୀବ ସେସ୍। ବିଶ୍ୱକପରେ ଭାରତୀୟ ଦଳର ନେତୃତ୍ୱ ନେବେ ହରମନପ୍ରୀତ ସିଂହ । ଓଡ଼ିଆ ଖେଳାଳି ଅମିତ ରାେହିଦାସ ଦଳର ଉପ ଅଧିନାୟକ ନିଯୁକ୍ତ ହୋଇଛନ୍ତି ।

ବେଙ୍ଗାଳୁରୁର ଭାରତୀୟ କ୍ରୀଡା ପ୍ରାଧିକରଣ – ଏସ ଏଆଇ କେନ୍ଦ୍ରରେ ୩୩ ଜଣିଆ ସମ୍ଭାବ୍ୟ ଦଳର ଦୁଇଦିନିଆ ଟ୍ରାଏଲ ପରେ ୧୮ ଜଣିଆ ଚୂଡାନ୍ତ ବିଶ୍ୱକପ ଦଳ ଘୋଷିତ ହୋଇଯାଇଛି। କ୍ରିଷନ ବି. ପାଠକ ଓ ପି. ଆର ଶ୍ରୀଜେଶ ଦଳର ଗୋଲ କିପର ରହିଛନ୍ତି । ପି. ଆର ଶ୍ରୀଜେଶ ନିଜର ଚତୁର୍ଥ ବିଶ୍ୱକପ ଖେଳିବେ । ଦଳର ଅନ୍ୟ ଖେଳାଳିମାନେ ହେଲେ ସୁରେନ୍ଦ୍ର କୁମାର, ବରୁଣ କୁମାର, ଜରମନପ୍ରୀତ ସିଂହ, ନିଲମ ସଞ୍ଜୀବ ସେସ୍ , ବିବେକ ସାଗର ପ୍ରସାଦ, ମନପ୍ରୀତ ସିଂହ, ହାର୍ଦ୍ଦିକ ସିଂହ, ନୀଳକଣ୍ଠ ଶର୍ମା, ସମସେର ସିଂହ ଓ ଆକାଶଦୀପ ସିଂହ, ମନଦୀପ ସିଂହ, ଲଳିତ କୁମାର ଉପାଧ୍ୟାୟ, ଅଭିଷେକ ସିଂହ, ସୁଖଜିତ ସିଂହ । ରାଜକୁମାର ପାଲ ଓ ଯୁଗରାଜ ସିଂହ ଦୁଇ ଷ୍ଟାଣ୍ଡବାଏ ଖେଳାଳି ଅଛନ୍ତି ।

ଜାନୁଆରୀ ୧୩ ତାରିଖରୁ ଆରମ୍ଭ ହେଉଥିବା ବିଶ୍ୱକପରେ ଭାରତ ଗ୍ରୁପ ଡି ରେ ସ୍ଥାନ ପାଇଛି । ଏହି ଗ୍ରୁପରେ ଇଂଲଣ୍ଡ, ସ୍ପେନ ଓ ୱେଲସ ଅଛନ୍ତି । ଜାନୁଆରୀ ୧୩ ତାରିଖରେ ରାଉରକେଲାର ନବନିର୍ମିତ ବିର୍ସା ମୁଣ୍ଡା ଷ୍ଟାଡିୟମରେ ୱେଲସ ବିପକ୍ଷ ମ୍ୟାଚରୁ ଭାରତ ଅଭିଯାନ ଆରମ୍ଭ କରିବ ।

Comments are closed.