ପୁଣି କୋରୋନା ଚିନ୍ତା, କୋଭିଡ ନିୟମ ମାନିବା ପାଇଁ ରାଜ୍ୟବାସୀଙ୍କୁ ଅପିଲ କଲେ ସରକାର 

ଭୁବନେଶ୍ୱର – କୋରୋନାର ନୂଆ ଭାରିଆଣ୍ଟ ସଂକ୍ରମଣ ନେଇ ଆସିଲା ସ୍ୱାସ୍ଥ୍ୟ ବିଭାଗର କୋଭିଡ ଆଡଭାଇଜରି । ଆଇସିଏମଆର ଗାଇଡଲାଇନ ଅନୁସାରେ ରାଜ୍ୟରେ ଟେଷ୍ଟିଂ ଓ ସର୍ଭେଲାନ୍ସ ବଢ଼ାଯିବ  । ବିମାନବନ୍ଦର ଓ ସାମୁଦ୍ରିକ ବନ୍ଦରରେ ସର୍ଭେଲାନ୍ସ ବଢ଼ାଯାଇଛି  ।  କୋଭିଡ ପଜିଟିଭ ଚିହ୍ନଟ ହେଲେ ଜେନମ ସିକ୍ୟୁଏନ୍ସିଂ କରାଯାଉଥିବା କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶିକା ଡକ୍ଟର ଶାଳିନୀ ପଣ୍ଡିତ  । ପୂର୍ବପରି କୋଭିଡ଼ ନିୟମ ମାନିବାକୁ ରାଜ୍ୟବାସୀଙ୍କୁ ସରକାର ପରାମର୍ଶ ଦେଇଛନ୍ତି। ମାସ୍କ ପିନ୍ଧିବା, ନିୟମିତ ହାତ ଧୋଇବାକୁ ପରାମର୍ଶ ଦିଆଯିବା ସହ କିଛି ଲକ୍ଷଣ ଦେଖିଲେ ନିଜକୁ ନିଜେ ଆଇସୋଲେସନ ପାଇଁ ଅପିଲ କରିଛନ୍ତି ସରକାର । ସର୍ବସାଧାରଣ ସ୍ଥାନରେ ଛେପ ନପକାଇବାକୁ ମଧ୍ୟ ପରାମର୍ଶ ଦିଆଯାଇଛି। ସ୍ୱାସ୍ଥ୍ୟ ବିଭାଗର ବୈଠକ ପରେ

ସଚିବ ଶାଳିନୀ ପଣ୍ଡିତ କହିଛନ୍ତି ଯେ, ବାକି ଲୋକଙ୍କୁ ଶୀଘ୍ର ଟିକା ଦେବାକୁ ଲକ୍ଷ୍ୟ ରଖାଯାଇଛି । ପ୍ରିକସନ ଡୋଜ ଟିକାଦାନ ପୁଣି ଆରମ୍ଭ ପାଇଁ ଚିଠି ଲେଖାଯିବ । କଟକ ଏସସିବିରେର ଜିନୋମ ସିକ୍ବେନ୍ସିଂ ଆରମ୍ଭ ହେବ। ରାଜ୍ୟରେ ହସ୍ପିଟାଲ ଓ ଅକ୍ସିଜେନ ପ୍ଲାଣ୍ଟ ପ୍ରସ୍ତୁତିର ସମୀକ୍ଷା ହେବ ବୋଲି ସେ କହିଛନ୍ତି।

ହକି ବିଶ୍ୱକପ୍ ପାଇଁ ଭୁବନେଶ୍ୱର, ରାଉରକେଲା ଏବଂ କଟକରେ ଅଧିକ ଟେଷ୍ଟିଂ ବ୍ୟବସ୍ଥା ରହିବ ।  ଏହି ତିନି ସହରର ସମସ୍ତ ୟୁପିଏଚସି ଓ ୟୁସିଏଚସିରେ ଟେଷ୍ଟିଂ ବ୍ୟବସ୍ଥା ରହିବ । ଏଗୁଡ଼ିକରେ ଉଭୟ ଆଣ୍ଟିଜେନ୍ ଓ ଆରଟି-ପିସିଆର ଟେଷ୍ଟ ବ୍ୟବସ୍ଥା ରହିବ।  ଏହି ତିନି ସହର ପାଇଁ ଆବଶ୍ୟକ ହେଲେ ଅତିରିକ୍ତ ଷ୍ଟାଫ୍ ରଖିବାକୁ ପରାମର୍ଶ ଦିଆଯାଇଛି ।

Comments are closed.