ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା, ରାଜ ଅତିଥିଙ୍କ ପାଇଁ ପ୍ରସ୍ତୁତି ହେଲା ସ୍ଵତନ୍ତ୍ର ସମ୍ବଲପୁରୀ ଉତ୍ତରୀୟ

ବରଗଡ଼: ବରଗଡ଼ ଧନୁଯାତ୍ରା ଏଥର ୭୫ତମ ବର୍ଷପୂର୍ତ୍ତି ଅବସରରେ ହୀରକ ଜୟନ୍ତୀ ପାଳନ କରୁଥିବାରୁ ଯାତ୍ରା କମିଟି ତରଫରୁ ଜୋରସୋରରେ ପ୍ରସ୍ତୁତି ଜାରୀ ରହିଛି । ସବୁ ବିଭାଗ ନିଜ ନିଜର ପରାକାଷ୍ଠାକୁ ପୂର୍ବବର୍ଷମାନଙ୍କ ତୁଳନାରେ ଅଧିକ ଆକର୍ଷଣୀୟ କରିବା ପାଇଁ ଚେଷ୍ଟା ଜାରୀ ରଖୁଥିବାରୁ ଏଥିର ହୀରକ ଜୟନ୍ତୀ ଉତ୍ସବ ଏବେଠୁ ଆପେକ୍ଷିତ ହୋଇଯାଇଛି ।

ସେହିକ୍ରମରେ ସମ୍ବଲପୁରୀ ବସ୍ତ୍ରାଳୟ ମଧ୍ୟ ଯାତ୍ରା ପାଇଁ ସ୍ଵତନ୍ତ୍ର ଭାବରେ ସମ୍ବଲପୁରୀ ଉତ୍ତରୀୟ ତିଆରି କରିଛି , ଯେଉଁଥରେ ବାନ୍ଧକଳାରେ ହୀରକ ଜୟନ୍ତୀ ୨୦୨୨ – ୨୩ , ବରଗଡ଼ ଧନୁଯାତ୍ରା ଲେଖା ଉଲ୍ଲେଖ ରହିଛି । ଏହି ସମ୍ବଲପୁରୀ ଉତ୍ତରୀୟକୁ ବରଗଡ଼ ସଦର ବ୍ଲକ ଅନ୍ତର୍ଗତ ପୁଢ଼ିଆଟିକ୍ରାର ବାନ୍ଧଶିଳ୍ପୀ ତଥା ବୁଣାକାର ଜୀବର୍ଦ୍ଧନ ମେହେର ତିଆରି କରିଥିବା ଜଣାପଡ଼ିଛି । ବେଳେ ପ୍ରାୟ ୬୦ ଖଣ୍ଡ ଉତ୍ତରୀୟ ଏହି ଉତ୍ତରୀୟରେ ଧନୁଯାତ୍ରା ସମୟରେ ମଂଚାସୀନ ମହାରାଜା କଂସଙ୍କ ହେବାକୁଥିବା ରାଜଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରାଯିବାକୁ ନିଷ୍ପତ୍ତି ନିଆଯାଇଥିବାରୁ ଏଭଳି ପ୍ରାୟ ୬୦ଟି ଉତ୍ତରୀୟ ତିଆରି କରିଥିବା ସମ୍ବଲପୁରୀ ବସ୍ତ୍ରାଳୟର ସଭାପତି ସମ୍ବିତ ଆଚାର୍ଯ୍ୟ ସୂଚନା ଦେଇଛନ୍ତି ।

Comments are closed.