ବିଶ୍ୱକପ ପାଇଁ ୨୦ ଦିନିଆ କାଉଣ୍ଟଡାଉନ ଆରମ୍ଭ, ସମସ୍ତେ ହକି ମହୋତ୍ସବର ମଜା ନେବାକୁ କହିଲେ ନବୀନ

ଭୁବନେଶ୍ୱର – ବିଶ୍ୱକପ ହକି ପାଇଁ ୨୦ ଦିନିଆ କାଉଣ୍ଟଡାଉନ ଆରମ୍ଭ ହୋଇଯାଇଛି। ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ ଓ ରାଉରକେଲାର ବ୍ରାଣ୍ଡ ନୂଆ ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ହକି ମହୋତ୍ସବର ସମସ୍ତେ ମଜା ନିଅନ୍ତୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡ଼ିଶା ଏହି ବିଶ୍ୱକପକୁ ସ୍ମରଣୀୟ କରିବା ପାଇଁ ପ୍ରସ୍ତୁତ ବୋଲି ମୁଖ୍ୟମନ୍ତ୍ରୀ ଟୁଇଟ କରି କହିଛନ୍ତି । ଆସନ୍ତା ୧୩ ତାରିଖରୁ ଆରମ୍ଭ ହେଉଛି ପୁରୁଷ ବିଶ୍ଵକପ। କଳିଙ୍ଗ ହକି ଷ୍ଟାଡିୟମ ଓ ରାଉରକେଲାର ନବନିର୍ମିତ ବିର୍ସା ମୁଣ୍ଡା ଷ୍ଟାଡିୟମରେ ଖେଳାଯିବ ବିଶ୍ୱକପର ମ୍ୟାଚ।

Comments are closed.