ଅନୁବାଦ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇବେ କମଳା ଶତପଥୀ

ନୂଆଦିଲ୍ଲୀ – ଅନୁବାଦ କ୍ଷେତ୍ରରେ ୨୦୨୨ ବର୍ଷ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ସମ୍ମାନ ପାଇବେ କମଳା ଶତପଥୀ । ସୟଦ ସଲିମଙ୍କ ରଚିତ ମୂଳ ତେଲୁଗୁ ଉପନ୍ୟାସ ‘ଭେନ୍ଦି ମେଘମ୍’ର ଓଡ଼ିଆ ଅନୁବାଦ ‘ସୁନେଲି ବାଦଲ’ ପାଇଁ କମଳା ଶତପଥୀଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ। ପୁରସ୍କାର ବାବଦରେ ତାଙ୍କୁ ୫୦ ହଜାର ଟଙ୍କା ଓ ଏକ ତାମ୍ର ଫଳକ ପ୍ରଦାନ କରାଯିବ ।

କମଳା ଶତପଥୀ ପୂର୍ବରୁ କ୍ୟାନସର୍ ନୁହେଁ ଅସାଧ୍ୟ ବେମାରୀ ପୁସ୍ତକରେ କର୍କଟ ଉପରେ ଶହେଟି ପ୍ରଶ୍ନର ଉତ୍ତରକୁ ହିନ୍ଦୀରୁ ଅନୁବାଦ କରିଥିଲେ । ସେ ଆଉ କିଛି ତେଲୁଗୁ ଉପନ୍ୟାସ ମଧ୍ୟ ଓଡ଼ିଆରେ ଅନୁବାଦ କରିଛନ୍ତି ।ଏହା ସହ ଗଳ୍ପ ସଂକଳନ ଇନ୍ଦ୍ରଧନୁର ଅଷ୍ଟମ ରଙ୍ଗ, ପୂର୍ଣ୍ଣଚ୍ଛେଦ ପରର କାହାଣୀ, ଗୋଟିଏ ପାପର କାହାଣୀ, ସଂପର୍କର ଦୋ’ଛକିରେ ମଣିଷ, ମହାପାତ୍ର ବାବୁଙ୍କ ହାଲ୍ ଚାଲ୍ ଭଳି ଅନେକ ପୁସ୍ତକ ସେ ରଚନା କରିଛନ୍ତି । ଅଧାକାନ୍ଥି ଘର, ଫଗୁଣଟା ଫେରିଗଲା ପରେ, ମାୟା ନଗରୀ କୋଳେ ନାମକ ଉପନ୍ୟାସ ରଚନା କରିଛନ୍ତି କମଳା ଶତପଥୀ ।

Comments are closed.