ଭୁବନେଶ୍ୱରରେ ହକି ବିଶ୍ୱକପ ଟ୍ରଫି, ବିମାନବନ୍ଦରରେ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା

ଭୁବନେଶ୍ୱର – ଦେଶବ୍ୟାପୀ ବୁଲିବା ପରେ ହକି ବିଶ୍ୱକପ ଟ୍ରଫି ଆଜି ଓଡ଼ିଶାରେ ପହଞ୍ଚିଛି । ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରେ ପହଞ୍ଚିବା ପରେ ଟ୍ରଫିକୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଦିଆଯାଇଛି। କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା, ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀ, ଭୁବନେଶ୍ୱର ମେୟର ସୁଲୋଚନା ଦାସ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ବିମାନବନ୍ଦର ରେ ଉପସ୍ଥିତ ରହି ଟ୍ରଫିକୁ ସ୍ୱାଗତ କରିଥିଲେ। ଭୁବନେଶ୍ଵରର ବିଭିନ୍ନ ସ୍ଥାନ ପରିକ୍ରମା କଲା ପରେ ଆଜି ସଂଧ୍ୟାରେ ନୟାଗଡ଼ ଜିଲ୍ଲା ଅଭିମୁଖେ ବାହାରିବ ଟ୍ରଫି । ରାଜ୍ୟର ସମସ୍ତ ୩୦ଟି ଜିଲ୍ଲା ବୁଲିବ ଟ୍ରଫି ।

Comments are closed.