କୋଭିଡ ମୁକାବିଲା: ଆସନ୍ତା ୨୭ରେ ମକ ଡ୍ରିଲ

ଭୁବନେଶ୍ବର – ଭୁବନେଶ୍ବରର କ୍ୟାପିଟାଲ୍‌ ହସ୍‌ପିଟାଲ, ରାଉରକେଲା ସରକାରୀ ହସ୍‌ପିଟାଲ ସମେତ ସମସ୍ତ ଜିଲ୍ଲା ମୁଖ୍ୟାଳୟରେ ଥିବା ଡାକ୍ତରଖାନାଗୁଡ଼ିକରେ ଆସନ୍ତା ୨୭ ତାରିଖରେ କୋଭିଡ ମୁକାବିଲା ନେଇ ମକ୍‌ଡ୍ରିଲ୍‌ ହେବ। ସବୁ ଜିଲ୍ଲାରେ ଟେଷ୍ଟିଂ ବଢ଼ାଇବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ରାଜ୍ୟରେ କୋଭିଡ ମୁକାବିଲା ନେଇ ଭିଡିଓ କନଫରେନସିଂ ଜରିଆରେ ଉଚ୍ଚସ୍ତରୀୟ ବୈଠକ ପରେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ଯେ, କୋଭିଡ ମୁକାବିଲା ନେଇ ରାଜ୍ୟ ସରକାର ସଂପୂର୍ଣ୍ଣ ପ୍ରସ୍ତୁତ।

ଚୀନ ଓ ଅନ୍ୟ କିଛି ଦେଶରେ କୋରୋନା ଓମିକ୍ରନ୍‌ର ନୂଆ ଭାରିଆଣ୍ଟ ବ୍ୟାପିବା ପରିପ୍ରେକ୍ଷୀରେ ରାଜ୍ୟ ସରକାର ତତ୍ପର ହୋଇ ଉଠିଛନ୍ତି । ସମ୍ଭାବ୍ୟ କୋଭିଡ ମୁକାବିଲା ପାଇଁ ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିସନର ତଥା ସଚିବ ଶାଳିନୀ ପଣ୍ଡିତଙ୍କ ଅଧ୍ୟକ୍ଷତାରେ ଗତ ୨୩ ତାରିଖରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ରାଜ୍ୟ ସରକାର ଜନସାଧାରଣଙ୍କୁ ମାସ୍କ ପିନ୍ଧିବା, ହାତ ଧୋଇବା, ଲକ୍ଷଣ ଦେଖାଗଲେ ଗୃହରେ ଅନ୍ୟମାନଙ୍କ ଠାରୁ ଅଲଗା ରହିବା ପାଇଁ ପରାମର୍ଶ ଦେଇଥିଲେ।

Comments are closed.