ଭୁବନେଶ୍ୱରରୁ ଜୟପୁରକୁ ଉଡିବ ଆଉ ଏକ ବିମାନ

ଭୁବନେଶ୍ବର – ଭୁବନେଶ୍ବର ଜୟପୁର ବିମାନ ସେବାରେ ସାମିଲ ହେବ ଆଉ ଏକ ବିମାନ । ଭୁବନେଶ୍ବର-ଜୟପୁର ସିଧାସଳଖ ବିମାନ ସେବା ସଫଳ ହେବା ପରେ ଏବେ ଆଉ ଏକ ବିମାନ ଉଡ଼ିବା ନେଇ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ଟୁକୁନି ସାହୁ।

ପୂର୍ବରୁ ଗୋଟିଏ ବିମାନ ହିଁ ଯିବା ଆସିବା କରୁଥିଲା। ଏଥିପାଇଁ କମ୍ ସଂଖ୍ୟକ ଯାତ୍ରୀ ଯିବା ଆସିବା କରି ପାରୁଥିଲେ। ଏହି ସମସ୍ୟା ଦୂର କରିବା ପାଇଁ ଆଉ ଗୋଟିଏ ବିମାନ ଉଡାଣ ପାଇଁ ନିଷ୍ପତ୍ତି ହୋଇଛି ବୋଲି କହିଛନ୍ତି ମନ୍ତ୍ରୀ ଟୁକୁନି ସାହୁ ସୂଚନା ଦେଇଛନ୍ତି ।

Comments are closed.