୧୨ଟି ଜିଲ୍ଲା ପାଇଁ ଘନ କୁହୁଡିର ଚେତାବନୀ

ଭୁବନେଶ୍ୱର – ରାତିର ତାପମାତ୍ରା ବୃଦ୍ଧି ଯୋଗୁଁ ରାଜ୍ୟରେ ଶୀତ କମିଥିଲେ ମଧ୍ୟ ଘନ କୁହୁଡି ଦେଖାଯାଉଛି । ସୋମବାର ସକାଳେ କିଛି ସ୍ଥାନରେ ଘନ କୁହୁଡି ଦେଖାଯାଇଥିଲା । ଏଣେ ଆଜି ଓ ଆସନ୍ତାକାଲି ରାଜ୍ୟରେ ଘନ କୁହୁଡ଼ିର ଚେତାବନୀ ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ୧୨ଟି ଜିଲ୍ଲାକୁ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି । ଭଦ୍ରକ, କଟକ, ଜଗତସିଂହପୁରରେ ହେବ ଘନ କୁହୁଡ଼ି । କେନ୍ଦ୍ରାପଡ଼ା, ପୁରୀ, ଖୋର୍ଦ୍ଧା, ଗଞ୍ଜାମ, କନ୍ଧମାଳ ଗଜପତି, କଳାହାଣ୍ଡି, କୋରାପୁଟ ଓ ରାୟଗଡ଼ାରେ ମଧ୍ଯ କୁହୁଡ଼ି ଚେତାବନୀ ଜାରି କରିଛି ପାଣିପାଗ କେନ୍ଦ୍ର।

Comments are closed.