ଅସମ୍ଭାଳ ଭିଡ଼ ଯୋଗୁଁ ଶ୍ରୀମନ୍ଦିର ବାଇଶି ପାହାଚରେ ୬ ସ୍କୁଲ ଛାତ୍ରୀ ଅଚେତ

ପୁରୀ – ଶ୍ରୀମନ୍ଦିର ବାଇଶି ପାହାଚରେ ପ୍ରବଳ ଭିଡ଼ ଓ ଠେଲାପେଲା ଯୋଗୁଁ ୬ ଜଣ ସ୍କୁଲ ଛାତ୍ରୀ ଅଚେତ ହୋଇପଡିଛନ୍ତି । ଅସମ୍ଭାଳ ଭିଡ଼ ମଧ୍ୟରେ ଛାତ୍ରୀମାନେ ଅଣନିଃଶ୍ବାସୀ ହୋଇ ଅଚେତ ହୋଇପଡିଥିଲେ । ସେମାନଙ୍କୁ ଉଦ୍ଧାର କରାଯାଇ ପୁରୀ ସଦର ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଅଚେତ ଛାତ୍ରୀମାନେ ମୟୂରଭଞ୍ଜ ଜିଲ୍ଲା ହୃଦାନନ୍ଦ ସ୍କୁଲରେ ପଢନ୍ତି । ଗତ ଦୁଇ ତିନି ଦିନ ହେବ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଅସମ୍ଭାଳ ଭିଡ ଦେଖିବାକୁ ମିଳୁଛି।

Comments are closed.