ବଲାଙ୍ଗୀରର ପ୍ରସିଦ୍ଧ ଶୁଲିଆ ଯାତ୍ରା, ରକ୍ତରଞ୍ଜିତ ହେବ ଶୁଲିଆ ପୀଠ

ବଲାଙ୍ଗୀର : ବଲାଙ୍ଗୀର ଦେଓଗାଁ ବ୍ଲକ ମୁକୁନ୍ଦପୁର ପଞ୍ଚାୟତ ଖଇରଗୁଡ଼ାର ବଡ଼ ଖଳା ଓ ସାନ ଖଳାରେ ଶୁଲିଆ ଯାତ୍ରା ଅନୁଷ୍ଠିତ ହୋଇଛି। ଗତ ମଧ୍ୟରାତ୍ରିରୁ ନିଶି ପୂଜା ସରିଥିବା ପରେ ବଡ଼ଖଳା ଠାରେ ପୂଜା ଆରମ୍ଭ ହୋଇଛି । ଶୁଲିଆ ମୁଖ୍ୟ ପୂଜକ ସୋମନାଥ ଦେହୁରୀ ପୂଜା କରୁଥିବା ଜଣା ପଡ଼ିଛି । ଏହା ପରେ ବଳି ପଡ଼ିବ । ଦିନ ତମାମ ଏହି ବଳିଯାତ୍ରା ଚାଲିବ । ଶୁଲିଆ ଯାତ୍ରାରେ ମାନସିକ ଧାରୀମାନେ ଛେଳି , କୁକୁଡ଼ା , ପାରା , ମେଣ୍ଢା ଓ ମଇଁଷି ଆଦି ବଳି ଦେଇଥାନ୍ତି । ସମଗ୍ର ପଶ୍ଚିମ ଓଡ଼ିଶା ସହ ରାଜ୍ୟର ବିଭିନ୍ନ ଜିଲ୍ଲା ଓ ଝାଡ଼ଖଣ୍ଡ , ଛତିଶଗଡ଼ରୁ ମଧ୍ୟ ଭକ୍ତ ଏହି ଯାତ୍ରା ଦେଖିବାକୁ ଆସିଥାନ୍ତି । ଲକ୍ଷାଧିକ ଲୋକଙ୍କ ସମାଗମ ହେବାକୁ ଥିବାବେଳେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ୩ ପ୍ଲାଟୁନ ପୋଲିସ ମୁତୟନ ହୋଇଛନ୍ତି ।

Comments are closed.