ନାରାୟଣପାଟଣା ଓ ଲକ୍ଷ୍ମୀପୁର ନିକଟ ଅଞ୍ଚଳରେ ମୃଦୁ ଭୂକମ୍ପ

କୋରାପୁଟ – ନାରାୟଣପାଟଣା ଓ ଲକ୍ଷ୍ମୀପୁର ଆଖପାଖ ଅଞ୍ଚଳରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଥିବା ସୂଚନା ମିଳିଛି। ଆଜି ସକାଳ ୫ଟା ୫ ମିନିଟରେ ନାରାୟଣ ପାଟଣା ଓ ଲକ୍ଷ୍ମୀପୁର ଆଖପାଖ ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂକମ୍ପ ତୀବ୍ରତା ୩.୮ ରେକର୍ଡ କରାଯାଇଛି। ଏହାର କେନ୍ଦ୍ରସ୍ଥଳ ଜଗଦଲପୁରଠାରୁ ୧୨୯ କିଲୋମିଟର ଦୂରରେ ଥିଲା । ଭୂମିକମ୍ପରେ କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ।

Comments are closed.