ନୂଆବର୍ଷ ପାଳନ ପାଇଁ କମିଶନରେଟ ପୋଲିସର ଗାଇଡ ଲାଇନ

ଭୁବନେଶ୍ୱର – ଶୃଙ୍ଖଳିତ ଭାବେ ନୂଆବର୍ଷ ପାଳନ ଲାଗି କମିଶନରେଟ ପୋଲିସ ଗାଇଡ ଲାଇନ ଜାରି କରିଛି । ଚଳିତ ବର୍ଷ କୌଣସି କଟକଣା ନଥିବାରୁ ନିୟମ କୋହଳ କରାଯାଇଛି । ହୋଟେଲ ନିକଟରେ ସ୍ବତନ୍ତ୍ର ପୋଲିସ ନିୟୋଜିତ ହେବେ । ରାଜଧାନୀର ୨୮ଟି ଜାଗାରେ ଚେକ୍ ପୋଷ୍ଟ କରାଯିବ । ଯେଉଁମାନେ ଦ୍ରୁତଗତି କିମ୍ବା ବେଆଇନ ଗାଡି ଚାଳନା କରୁଥିବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ସଂଧ୍ୟା ୭ଟାରୁ ରାତି ୨ଟା ପର୍ଯ୍ୟନ୍ତ ଚାଲିବ ଚେକିଂ । ମଦୁଆ ଗାଡି ଚାଳକଙ୍କ ଉପରେ ରହିବ ସ୍ବତନ୍ତ୍ର ନଜର । ୧୭ଟିଟି ଲୋକେସନରେ ଡ୍ରଙ୍କ ଆଣ୍ଡ ଡ୍ରାଇଭ ଉପରେ ନଜର ରଖିବା ପୋଲିସ । ମାଷ୍ଟରକ୍ୟାଣ୍ଟିନ, କଳ୍ପନା ସ୍କୋୟାର, ରସୁଲଗଡ ଛକ ଓ ଖଣ୍ଡଗିରି ଛକରେ କୁଇକ ଆକ୍ସନ ଟିମ୍ ମୁତୟନ ରହିବେ । ୩ଟି ସ୍ଥାନରେ ଷ୍ଟ୍ରାଇକିଙ୍ଗ ଫୋର୍ସ ନିୟୋଜିତ ହେବେ । ସହରରେ ୧୩ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ ।

ନୂଆବର୍ଷ ଦିନ ପର୍ଯ୍ୟଟନସ୍ଥଳୀଗୁଡିକରେ ସ୍ବତନ୍ତ୍ର ଅଫିସର ନଜର ରଖିବେ । ବାହାରେ ଖୋଲାସ୍ଥାନରେ କାର୍ଯ୍ୟକ୍ରମ ଆୟୋଜନ କରୁଥିଲେ ରାତି ୧୦ଟା ପର୍ଯ୍ୟନ୍ତ ଏବଂ ଇଣ୍ଡୋରରେ ରାତି ୧୨ଟା ପର୍ଯ୍ୟନ୍ତ ମିଳିବ ଅନୁମତି ।

Comments are closed.