ରାଜ୍ୟରେ ଶୀତ ଗାଏବ, ବଢୁଛି ରାତି ତାପମାତ୍ରା

ଭୁବନେଶ୍ୱର -ରାଜ୍ୟରୁ ଶୀତ ଗାଏବ । ଗତ ତିନି ଦିନ ହେବ ରାଜ୍ୟରୁ ଶୀତ ଉଭେଇ ଯାଇଛି । ରାତିର ତାପମାତ୍ରା ବଢ଼ିବାରେ ଲାଗିଛି । ପୈ।ଷରେ ଗ୍ରୀଷ୍ମ ଋତୁ ଭଳି ଅନୁଭୂତ ହେଉଛି । ପୁରୀରେ ରାତି ତାପମାତ୍ରା ୨୪ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ପାରାଦ୍ବୀପର ତାପମାତ୍ରା ଥିଲା ୨୩.୨ ଡିଗ୍ରୀ ।
ଚାନ୍ଦବାଲିରେ ରାତି ତାପମାତ୍ରା ୨୨ ଡିଗ୍ରୀ ଥିବା ବେଳେ ଗୋପାଳପୁର ଓ ଖୋର୍ଦ୍ଧାରେ ୨୧ ଡିଗ୍ରୀ ରହିଛି ଜଗତସିଂହପୁର ଓ ମାଲକାନଗିରିରେ ୨୦ ଡିଗ୍ରୀ ରହିଥିବା ବେଳେ କଟକ-ଭୁବନେଶ୍ବରରେ ରାତି ତାପମାତ୍ରା ୧୯.୮ ଡିଗ୍ରୀ ରହିଛି ।

Comments are closed.