ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା: ରଙ୍ଗମହଲ ଦରବାର ଉଦଘାଟିତ, ଦ୍ଵିତୀୟ ଦିବସରେ କାରାଗାରରେ ଶ୍ରୀକୃଷ୍ଣଙ୍କ ଜନ୍ମ ଅଭିନିତ

ମଥୁରାନଗରୀ (ବରଗଡ): ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବ ହୀରକ ଜୟନ୍ତୀର ଦ୍ବିତୀୟ ଦିବସରେ ଲୋକକଳା ମଣ୍ଡପ ତଥା କଂସ ମହାରାଜଙ୍କ ରଙ୍ଗମହଲ ଦରବାର ଉଦଘାଟିତ ହୋଇଛି । ଏହାକୁ ଜିଲ୍ଲାପାଳ ତଥା ଧନୁଯାତ୍ରା ମହୋତ୍ସବ ସମିତିର ସଭାନେତ୍ରୀ ମନୀଷା ବାନାର୍ଜୀ ଉଦଘାଟନ କରିଥିଲେ।

ଏହି ଅବସରରେ ଆସନ୍ତା ୧୦ ଦିନ ଧରି ଏହି ମଞ୍ଚରେ ଲୋକ କଳାର ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକଙ୍କ ମନୋରଂଜନ କରିପାରିବ ବୋଲି କହିଥିଲେ। ଉଦଘାଟିନୀ ଉତ୍ସବରେ ବରଗଡ଼ ସାଂସଦ ସୁରେଶ ପୂଜାରୀ, ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା, ଟପ୍ପୋ କୃତୀବାସ ରାଉତ, ପୈାର ପରିଷଦ ଅଧ୍ୟକ୍ଷା କଳ୍ପନା ମାଝୀ ପ୍ରମୁଖ ମଞ୍ଚାସୀନ ଥିଲେ। ପ୍ରାରମ୍ଭରେ ପଣ୍ଡିତମାନଙ୍କର ମନ୍ତ୍ରପାଠ ସହ ଅତିଥି ମାନେ ମଞ୍ଚକୁ ଉଦଘାଟନ କରିଥିଲେ। ଧନୁଯାତ୍ରା ମହୋତ୍ସବ ସମିତିର ଆବାହକ ସୁରେଶ୍ଵର ଶତପଥୀଙ୍କ ଅଧ୍ୟକ୍ଷତାରେ ସଭାକାର୍ଯ୍ୟ ପରିଚାଳନା କରିଥିଲେ । ଶେଷରେ ରଂଗମହଲ ଆବାହକ କିଶୋର ମିଶ୍ର ଧନ୍ୟବାଦ ଦେଇଥିଲେ ।

ଆଜି ମଥୁରାନଗରୀରେ ସମଲେଶ୍ୱରୀ ମନ୍ଦିର ସ୍ଥିତ କରାଗାରରେ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମ, ଶ୍ରୀକୃଷ୍ଣଙ୍କୁ ନେଇ ବସୁଦେବଙ୍କ ଗୋପପୁର ଯାତ୍ରା, ଉଗ୍ରସେନଙ୍କ ସହ ଭେଟ, ବିଜୁଳିକନ୍ୟାଙ୍କ ସହ ମଥୁରା ପରିବର୍ତ୍ତନ ଆଦି ଅଭିନୀତ ହୋଇଥିବା ବେଳେ ଅମ୍ବାପାଲି ସାଜିଥିବା ଗୋପପୁର ଶ୍ରୀକୃଷ୍ଣଙ୍କୁ ନେଇ ଗୋପପୁର ପ୍ରବେଶ, ବିଜୁଳି କନ୍ୟାଙ୍କ ସହ ମଥୁରା ପ୍ରବେଶ ଆଦି କଳାକାରଙ୍କ ନିଖୁଣ ଅଭିନୟ ଦର୍ଶକଙ୍କୁ ବାନ୍ଧି ରଖିଥିଲା ।

Comments are closed.