ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା: ବରଗଡ଼ ପୁଲିସ ପ୍ରଶାସନ ପକ୍ଷରୁ ହେଲ୍ପଲାଇନ ନମ୍ବର ଜାରି

ମଥୁରାନଗରୀ (ବରଗଡ଼ ) : ବରଗଡ଼ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପରମାର ସ୍ଥିତ ପୁଲିସ ପ୍ରଶାସନର ଯେ କୌଣସି ସହାୟତା ପାଇଁ ଏକ ନମ୍ବର୍ ଜାରି କରିଛନ୍ତି । ଧନୁଯାତ୍ରା ପାଇଁ ସହରକୁ ପ୍ରଥମ ଦିନରୁ ନାହିଁ ଥିବା ଭିଡ଼ ପରିଲକ୍ଷିତ ହେଉଛି । ଏଥିପାଇଁ କୌଣସି ପ୍ରକାରର ଅସାମାଜିକ କାର୍ଯ୍ୟକୁ ପ୍ରଶୟ ଦିଆଯିବ ନାହିଁ । ସେ ଯିଏ ବି ହେଉ ନା କାହିଁକି ତା ପ୍ରତି କଠୋର କାର୍ଯାନୁଷ୍ଠାନ ନିଆଯିବ ବୋଲି ଏସପି କହିଛନ୍ତି । ୦୬୬୪୬ -୨୩୪୪୮୨ ଏହି ନମ୍ବରରେ ଫୋନ୍ କରି କେହି ବି ନିଜର ଅସୁବିଧା ବିଷୟରେ ଜଣାଇବାକୁ ସେ କହିଛନ୍ତି । ତା’ସହ ଭଟଲି ଛକ , ଭିଏସଏସ ନଗର ଛକ , ଗାନ୍ଧୀ ଛକ ଛକ , ଏସପି ଅଫିସ ଛକ , କାଳୀମନ୍ଦିର ଛକ ଥାନା ଛକ , ଅମ୍ବାପାଲି ଛକ , ହଳଦୀ ପାଲି ଛକ ଆଦି ସ୍ଥାନରେ ସିସି କେମେରା ଲାଗିଛି । ଏଣୁ ପୁଲିସ ପ୍ରଶାସନ ତରଫରୁ ପ୍ରତିଟି କ୍ଷେତ୍ରରେ ସତର୍କତା ଅବଲମ୍ବନ କରାଯାଇଛି ବୋଲି ଏସପି କହିଛନ୍ତି ।

Comments are closed.