କୁମ୍ଭୀର ଗଣନା ପାଇଁ ଜାନୁଆରୀ ୪ରୁ ବନ୍ଦ ରହିବ ଭିତରକନିକା

କେନ୍ଦ୍ରାପଡା – ଜାନୁଆରୀ ୪ରୁ ୧୪ ତାରିଖ ଯାଏଁ ପର୍ଯ୍ଯଟକଙ୍କ ପାଇଁ ଭିତରକନିକା ବନ୍ଦ ରହିବ। କୁମ୍ଭୀର ଗଣନା ପାଇଁ ବନ୍ଦ ରହିବ ଭିତରକନିକା। ଗତ ଗଣନାରେ ଭିତରକନିକାରେ ୧୭ ଶହ ୮୪ କୁମ୍ଭୀରଙ୍କୁ ଚିହ୍ନଟ କରାଯାଇଥିଲା । କୁମ୍ଭୀର ବିଶାରଦ ଡକ୍ଟର ସୁଧାକର କରଙ୍କ ନେତୃତ୍ୱରେ ଏଥର କୁମ୍ଭୀର ଗଣନା କରାଯିବ। ଏ ନେଇ ରାଜନଗର ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପୀନାଥ ଯାଦବ ସୂଚନା ଦେଇଛନ୍ତି।

Comments are closed.