ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା: ତୃତୀୟ ଦିବସରେ ପଲ୍ଲିଶ୍ରୀ ମେଳା ଉଦଘାଟିତ

ମଥୁରାନଗରୀ (ବରଗଡ଼): ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପାଇଁ ସାରା ସହର ଉତ୍ସବ ମୁଖର ହୋଇଯାଇଛି । ଚଳିତ ବର୍ଷ ହୀରକ ଜୟନ୍ତୀ ଉପଲକ୍ଷେ ଅଧିକ ଆକର୍ଷଣୀୟ କରିବା ପାଇଁ ବରଗଡ଼ ଜର୍ଜ ହାଇସ୍କୁଲ ବଦଳରେ ଜୀରା ନଦୀ ପଠାରେ ଓରମାର-ପଲ୍ଲିଶ୍ରୀ ଉଦଘାଟିତ ହୋଇଛି । ଏହାକୁ ରାଜ୍ୟ ସରକାରଙ୍କ ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ରୀତା ସାହୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପ୍ପୋ, ଜିଲ୍ଲା ପରିଷଦ ସିଇଓ ଆଦିତ୍ୟ କୁମାର ଗୋୟଲ, ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ, ରାଜ୍ୟ ଯୋଜନା ବୋର୍ଡର ସଭ୍ୟ ସାଧୁଚରଣ ନେପାକ, ପୈାର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ କଳ୍ପନା ମାଝୀ,ଏନଏଲଏମ ଅଧିକାରୀ ରାଜଗୋପାଲ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ରାଜ୍ୟ ମିଶନ ଶକ୍ତି ଦ୍ଵାରା ପ୍ରାୟୋଜିତ ସ୍ବୟଂ ସହାୟକ ଗୋଷ୍ଠୀ ମହିଳା ମାନେ ତାଙ୍କ ଉତ୍ପାଦିତ ଦ୍ରବ୍ୟ ମାନେ ପ୍ରଦର୍ଶିତ ଓ ବିକ୍ରି ବ୍ୟବସ୍ଥା ରହିଛି ।

Comments are closed.