ଆଇପିଏସ ସ୍ତରରେ ଅଦଳବଦଳ, ଜଗମୋହନ ମୀନା ନୂଆ ଗଞ୍ଜାମ ଏସପି 

ଭୁବନେଶ୍ୱର – ଆଇପିଏସ ସ୍ତରରେ ବଡ ଧରଣର ଅଦଳବଦଳ କରାଯାଇଛି । ୧୧ଟି ଜିଲ୍ଲାର ଏସପିଙ୍କଙ୍କୁ ବଦଳାଯାଇଛି । ଜଗତସିଂହପୁର ଏସପି ଅଖିଳେଶ୍ୱର ସିଂଙ୍କୁ ଡିଆଇଜି ପାହ୍ୟାକୁ ପଦୋନ୍ନତି ଦିଆଯିବା ସହ ଏସଏପିର ଡିଆଇଜି ଭାବେ ନୂଆ ଦାୟିତ୍ୱ ମିଳିଛି । ଗଞ୍ଜାମ ଏସପି ବ୍ରିଜେଶ କୁମାର ରାୟ ଡିଆଇଜି ଭାବେ ପଦୋନ୍ନତି ପାଇବା ସହ ଅନୁଗୁଳର ଡିଆଇଜି ଭାବେ ନିଯୁକ୍ତ ହୋଇଛନ୍ତି ।

ଭଦ୍ରକର ଏସପି ଚରଣ ସିଂହ ମୀନାଙ୍କୁ ଅଗ୍ନିଶମ ଓ ହୋମଗାର୍ଡ ବିଭାଗର ଡିଆଇଜି ଭାବେ ନିଯୁକ୍ତି ମିଳିଛି । ବାଲେଶ୍ୱର ଏସପି ସୁଧାଂଶୁ ଶେଖର ମିଶ୍ରଙ୍କୁ ଅନୁଗୁଳ ଏସପି ଭାବେ ବଦଳି କରାଯାଇଛି । ଯାଜପୁର ଏସପି ରାହୁଲ ପିଆର ଜଗତସିଂହପୁରର ନୂଆ ଏସପି ହୋଇଛନ୍ତି । ଅନୁଗୁଳ ଏସପି ଜଗମୋହନ ମୀନାଙ୍କୁ ଗଞ୍ଜାମ ଏସପି ଭାବେ ନୂଆ ଦାୟିତ୍ବ ଦିଆଯାଇଛି । ଢେଙ୍କାନାଳ ଏସପି ଥିବା ଏଲ. ଦିବ୍ୟାଙ୍କୁ ଭିଜିଲାନ୍ସ ଏସପି ଓ ନୂଆପଡାର ଏସପି ଥିବା ପ୍ରତ୍ୟୁଷ ଦିବାକରଙ୍କୁ ସୁନ୍ଦରଗଡର ଏସପି କରାଯାଇଛି । କନ୍ଧମାଳ ଏସପି ଥିବା ବିନୀତ ଅଗ୍ରୱାଲଙ୍କୁ ଯାଜପୁର ଏସପି, କୋରାପୁଟ ଏସପି ବରୁଣ ଗୁଣ୍ଟୁପାଲ୍ଲୀଙ୍କୁ ଭଦ୍ରକ ଏସପି ଭାବେ ନିଯୁକ୍ତ କରାଯାଇଛି ।

Comments are closed.