ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା: ପ୍ରଚାର ପ୍ରସାର କମିଟି ପକ୍ଷରୁ ଚିତ୍ରକଳା କର୍ମଶାଳା

ମଥୁରାନଗରୀ (ବରଗଡ): ୭୫ ତମ ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବ ତଥା ହୀରକ ଜୟନ୍ତୀ ପାଳନ ଅବସରରେ ଧନୁଯାତ୍ରା ପ୍ରଚାର ପ୍ରସାର କମିଟି ତରଫରୁ ଆଜି ସ୍ଥାନୀୟ ଗାନ୍ଧୀ ପାର୍କ ଠାରେ ଜିଲ୍ଲାର ୧୫ ଜଣ ବରିଷ୍ଠ ଚିତ୍ରଶିଳ୍ପୀଙ୍କୁ ନେଇ ଏକ ଚିତ୍ରକଳା କର୍ମଶାଳା ଆୟୋଜିତ ହୋଇଛି । ପ୍ରଚାର ପ୍ରସାର କମିଟି ର ଆବାହିକା ତଥା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କଲ୍ୟାଣୀ ଦାଶଙ୍କ ସଂଯୋଜନାରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ବରଗଡ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଦେବେଶ ଆଚାର୍ଯ୍ୟ, ପୌର ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ନାରାୟଣ ଦଣ୍ଡସେନା, ଧନୁଯାତ୍ରା ମହୋତ୍ସବ ସମିତିର ସମ୍ପାଦକ ସୁରେଶ୍ଵର ଶତପଥୀ ଅତିଥି ଭାବରେ ଯୋଗଦେଇ ଏହି ଶିବିରକୁ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ। ଏହି ସମୟରେ ପ୍ରଚାର ପ୍ରସାର କମିଟିର ସହ-ଆବାହକ ପ୍ରସନ୍ନ କୁମାର ମିଶ୍ର ଓ ରବି ପଣ୍ଡା, ସଦସ୍ୟ ବଦ୍ରି ପ୍ରସାଦ ସାହୁ, ରଞ୍ଜନ କୁମାର ଦେବତା, ସତ୍ୟ ନାରାୟଣ ପ୍ରଧାନ, ଆଶୁତୋଷ ରଥ, ରମଣୀ ରଂଜନ ବେହେରା,ଏମ.ଡି. ନିଜାମ ପ୍ରମୁଖ ଉପସ୍ଥିତ ଥିଲେ।

ଯାତ୍ରାର ପ୍ରଚାର ପ୍ରସାର ପାଇଁ ଆୟୋଜିତ ଏହି ଶିବିରରେ ଚିତ୍ରଶିଳ୍ପୀ ରାଜେନ୍ଦ୍ର ସିକନ୍ଦର, ଅଶୋକ କୁମାର ଦାଶ, କୁଶ ଭୂୟାଁ, ଜିତେନ୍ଦ୍ର ଦାଶ, ରମାକାନ୍ତ ତ୍ରିପାଠୀ, ଚନ୍ଦ୍ର ଶେଖର ରାଉତ, ଦୁଃଖୀ ସେବକ ସାହୁ, ମହେଶ ପାଣ୍ଡେ, ଅମୂଲ୍ୟ ସିକନ୍ଦର, ଚୂଡ଼ାମଣି ସିଂ, ବିନୋଦ କୁମାର ବେହେରା,ବୃନ୍ଦାବନ ବିଶି, କିଶୋର କୁଁଅର , ସୌରଭ ମଜୁମଦାର, ବିଜେନ୍ଦ୍ର ବେହେରା ଭଳି ଜିଲ୍ଲାର ସ୍ୱନାମଧନ୍ୟ ଚିତ୍ର ଶିଳ୍ପୀ ମାନେ ଧନୁଯାତ୍ରା ମହୋତ୍ସବ ର ବିଭିନ୍ନ ପ୍ରସଙ୍ଗ ଉପରେ ଚିତ୍ର ଆଙ୍କିଥିଲେ। ଏହି ଶିବିର ଅପରାହ୍ନ ଘ ୪.୩୦ ମିରେ ଉଦଯାପିତ ହୋଇଥିଲା।

Comments are closed.