ରାଜ୍ୟରେ ବଢ଼ିଚାଲିଛି ତାପମାତ୍ରା, ଆସନ୍ତା ୫ ଦିନ ଜାରି ରହିବ ଏଭଳି ସ୍ଥିତି

ଭୁବନେଶ୍ୱର – ଶୀତ ଉଭେଇ ଯାଇଥିବା ବେଳେ ରାଜ୍ୟରେ ତାପମାତ୍ରା ବଢିବାରେ ଲାଗିଛି । ଜଳୀୟ ବାଷ୍ପପୂର୍ଣ୍ଣ ବାୟୁ ଯୋଗୁଁ ତାପମାତ୍ରା ବୃଦ୍ଧି ପାଉଛି । ଏଥିଯୋଗୁଁ ଶୀତ ପ୍ରାୟ ଅନୁଭୂତ ହେଉନାହିଁ । ଡିସେମ୍ବର ୩୧ରୁ ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ବୃଦ୍ଧି ଆରମ୍ଭ ହୋଇଥିବା ବେଳେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଏଭଳି ସ୍ଥିତି ଜାରି ରହିପାରେ । ତେଣୁ ଏ ମାସ ପ୍ରଥମ ସପ୍ତାହରେ ବିଶେଷ ଶୀତ ଅନୁଭୂତ ହେବ ନାହିଁ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି। ରବିବାର ସୁଦ୍ଧା ପାରାଦୀପରେ ତାପମାତ୍ରା ସ୍ୱାଭାବିକଠାରୁ ୭.୬ ଡିଗ୍ରୀ ସେଲ୍‌ସିୟସ୍‌‌ ଅଧିକ ଥିବା ବେଳେ ଚାନ୍ଦବାଲିରେ ୭.୨, ବାରିପଦାରେ ୬.୬, କଟକରେ ୬.୫ ଓ ବାକି କିଛି ସ୍ଥାନରେ ୩-୫ ଡିଗ୍ରୀ ପର୍ଯ୍ୟନ୍ତ ତାପମତ୍ରା ସ୍ୱାଭାବିକଠାରୁ ଅଧିକ ରହିଛି। ଏହି କାରଣ ପାଇଁ ଦିନରେ ତାତି ଅନୁଭୂତ ହେଉଛି।

Comments are closed.