ହାତୀ ଆକ୍ରମଣରେ ଜଣେ ମୃତ

କେନ୍ଦୁଝର – କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ନିଶ୍ଚିନ୍ତପୁର ଗାଁରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ। ଗାଁରେ ଲୋକେ ଜଣେ ହାତୀପଲକୁ ଜଗିଥିବା ବେଳେ ଭୀମ ମୁଣ୍ଡା ନାମକ ଜଣେ ବ୍ୟକ୍ତିଙ୍କୁ ଦଳି ଦେଇଛି ହାତୀ । ଘଟଣାସ୍ଥଳରେ ବନ କର୍ମଚାରୀ ପହଞ୍ଚି ମୃତଦେହ ଜବତ କରିଛନ୍ତି । ବାଲିବନ୍ଧ ସେକସନ ଅଞ୍ଚଳରେ ଗତ କିଛିଦିନ ହେଲା ୨୪ଟିକିଆ ହାତୀପଲ ରହିଆସିଛନ୍ତି ।

Comments are closed.