ରାଜ୍ୟରେ ବଢିବ ନାହିଁ ବିଦ୍ୟୁତ ଦର : ଶକ୍ତି ମନ୍ତ୍ରୀ

କଟକ – ରାଜ୍ୟର ବିଦ୍ୟୁତ ଉପଭୋକ୍ତାମାନଙ୍କୁ ଆଶ୍ବସ୍ତି । ଆଉ ବଢିବ ନାହିଁ ବିଦ୍ୟୁତ ଦର । ଆଗାମୀ ୩ ବର୍ଷ ଯାଏଁ ବିଦ୍ୟୁତ ଦର ବୃଦ୍ଧି ପାଇବ ନାହିଁ ବୋଲି ଶକ୍ତି ମନ୍ତ୍ରୀ ପ୍ରତାପ ଦେବ କହିଛନ୍ତି। ବିଦ୍ୟୁତ ଦର ବୃଦ୍ଧି ନେଇ ଯେଉଁ ହେଉଥିବା ଚର୍ଚ୍ଚା ଭୁଲ ବୋଲି ଶକ୍ତିମନ୍ତ୍ରୀ କହିଛନ୍ତି । ବିଦ୍ୟୁତ ଦରବୃଦ୍ଧି ନେଇ ରାଜ୍ୟ ସରକାର କୌଣସି ଯୋଜନା ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି । ବିଦ୍ୟୁତ ଦର ବୃଦ୍ଧି ହୋଇପାରେ ବୋଲି କିଛି ଗଣମାଧ୍ୟମ ଯେଉଁ ଅପପ୍ରଚାର କରୁଛନ୍ତି ତାହା ସମ୍ପୂର୍ଣ୍ଣ ଭୁଲ ବୋଲି ମନ୍ତ୍ରୀ ପ୍ରତାପ ଦେବ କହିଛନ୍ତି ।

ଭାରତର ଅନେକ ରାଜ୍ୟ ତୁଳନାରେ ରାଜ୍ୟରେ ବିଦ୍ୟୁତ ଦର ଅଧିକ ରହିଥିବା ସେ ସୂଚନା ଦେଇଛନ୍ତି ।

Comments are closed.