ଟ୍ରକ ପଛରେ ପିଟିହେଲା ସ୍କୁଟି, ୨ ମୃତ ଓ ଜଣେ ଆହତ

ଯାଜପୁର – ଯାଜପୁର ଜିଲ୍ଲାରେ ବିଳମ୍ବିତ ରାତିରେ ସଡ଼କ ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଛି । ଟମକା ଥାନା ଅନ୍ତର୍ଗତ ଫୁଲଝର ଛକ ନିକଟରେ ରାସ୍ତା ପାର୍ଶ୍ୱର ଛିଡ଼ା ହୋଇଥିବା ଏକ ଟ୍ରକ୍‌ ପଛରେ ଏକ ସ୍କୁଟି ପିଟି ହୋଇଯିବାରୁ ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି।

ମୃତ ୨ ଯୁବକ କିଆଝର ଅଞ୍ଚଳର ମହେନ୍ଦ୍ର ଟୁଡୁ ଓ ମନ ମୁର୍ମୁ ବୋଲି ଜଣାପଡିଛି । ଗୁରୁତର ଆହତ ଜଣକ କେନ୍ଦୁଝର ଜିଲ୍ଲା ହରିଚନ୍ଦନ ପୁର ଅଞ୍ଚଳର କେଶବ ମାରାଣ୍ଡି । ତାଙ୍କୁ ଦାନଗଦି ମେଡ଼ିକାଲରେ ପ୍ରାଥମିକ ଚିକିତ୍ସା ପରେ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। ମୃତ ଓ ଆହତ ସ୍କୁଟିରେ ବସିଥିଲେ ।

Comments are closed.