ରାଜ୍ୟରେ ୫ ତାରିଖ ଯାଏଁ ଶୀତ ହେବ ନାହିଁ

ଭୁବନେଶ୍ବର – ରାଜ୍ୟରେ ସାମୁଦ୍ରିକ ବାୟୁ ପ୍ରଭାବରେ ଶୀତ କମିଛି। କିନ୍ତୁ ଅନେକ ସ୍ଥାନରେ ଘନ କୁହୁଡି ପରିଲକ୍ଷିତ ହୋଇଛି । ସାମୁଦ୍ରିକ ବାୟୁ ପ୍ରଭାବରେ ରାଜ୍ୟର ରାତି ତାପମାତ୍ରାରେ ବୃଦ୍ଧି ହୋଇଛି। ଅଧିକାଂଶ ସ୍ଥାନର ତାପମାତ୍ରା ସ୍ବାଭାବିକଠାରୁ ୫ରୁ ୬ ଡିଗ୍ରୀ ଯାଏଁ ବୃଦ୍ଧି ପାଇଛି। ଆସନ୍ତା ଦୁଇ ତିନି ଦିନ ପର୍ଯ୍ୟନ୍ତ ରାଜ୍ୟର ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ। ଏହି ସମୟରେ ରାଜ୍ୟରେ ଶୀତ ଅନୁଭୂତ ହେବ ନାହିଁ। ରାତି ତାପମାତ୍ରା ସ୍ବାଭାବିକଠାରୁ ୨ରୁ ୫ ଡିଗ୍ରୀ ଯାଏଁ ଅଧିକ ଅନୁଭୂତ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।

Comments are closed.