ନୂଆବର୍ଷ ଭେଟି: ହିତାଧିକାରୀଙ୍କୁ ଆଉ ବର୍ଷେ ମାଗଣା ଚାଉଳ ଯୋଗାଇବାକୁ ରାଜ୍ୟ ସରକାରଙ୍କ ଘୋଷଣା

ଭୁବନେଶ୍ୱର – ହିତାଧିକାରୀଙ୍କୁ ଆଉ ବର୍ଷେ ମିଳିବ ମାଗଣା ଚାଉଳ। ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀଙ୍କୁ ଆଉ ବର୍ଷେ ମିଳିବ ମାଗଣା ଚାଉଳ। ଏନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଜାନୁଆରୀ ୨୦୨୩ ରୁ ଡିସେମ୍ବର ପର୍ଯ୍ୟନ୍ତ ମିଳିବ ପୁଣି ମାଗଣା ଚାଉଳ। ମାସିକ ମୁଣ୍ଡପିଛା ୫ କେଜି ଚାଉଳ ମିଳିବ। ଏଥିପାଇଁ ରାଜକୋଷରୁ ୧୮୫ କୋଟି ଖର୍ଚ୍ଚ ହେବ। ୨୦୧୮ରୁ ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ମିଳୁଛି ମାଗଣା ଚାଉଳ। କୋରୋନା ମହାମାରୀ ସମୟରେ ହିତାଧିକାରୀଙ୍କୁ ଚାଉଳ ସହ ମାଗଣା ଡାଲି ବି ମିଳୁଥିଲା । କୋରୋନା ମହାମାରୀ ସମୟରେ ଦୀର୍ଘ ୨୮ ମାସ ଧରି ହିତାଧିକାରୀଙ୍କୁ ସହାୟତା ଦେଉଥିଲେ ରାଜ୍ୟ ସରକାର। ଏହାସହ ୨ ଥର ହିତାଧିକାରୀଙ୍କୁ ମିଳିଛି ଆର୍ଥିକ ସହାୟତା।

Comments are closed.