ସମ୍ବଲପୁରରେ ହକି ବିଶ୍ବକପକୁ ଭବ୍ଯ ସ୍ବାଗତ, ମିନି ମାରାଥନରେ ଦୌଡିଲା ସମ୍ବଲପୁର

ସମ୍ବଲପୁର: ହକି ବିଶ୍ବକପ ଗତକାଲି ରାତିରେ ସମ୍ବଲପୁର ପହଞ୍ଚିଥିବା ବେଳେ ଏହାକୁ ଭବ୍ଯ ସ୍ବାଗତ କରାଯାଇଛି। ଏହି ଅବସରରେ ଆଜି ସକାଳୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ମିନି ମାରାଥନ ଅନୁଷ୍ଠିତ ହୋଇଛି।

ଗତକାଲି ରାତିରେ ହକି ବିଶ୍ବକପ ବରଗଡରୁ ପ୍ରଥମେ ବୁର୍ଲା ଭିସୁଟକୁ ପହଞ୍ଚିଥିଲା। ସେଠାରେ ଭିସୁଟ ଛାତ୍ରଛାତ୍ରୀ ଅଧ୍ୟାପକ କର୍ମଚାରୀଙ୍କ ସମେତ ପ୍ରଶାସନ ପକ୍ଷରୁ ଭବ୍ଯ ସ୍ବାଗତ କରାଯାଇଥିଲା। ସେହିପରି ଆଜି ସକାଳୁ ସମଲେଶ୍ବରୀଙ୍କ ମନ୍ଦିର ସମ୍ମୁଖରୁ ମିନି ମାରାଥନ ବାହାରି କମିଶନର କଲୋନି ପଡିଆରେ ପହଞ୍ଚିଥିଲା। ସେଠାରେ ଜିଲ୍ଲାପାଳ ଅନନ୍ୟା ଦାସ, ଏସ୍ଏମସି କମିଶନର ପ୍ରଦୀପ ସାହୁଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ସ୍ବାଗତ କରିଥିଲେ। ଏହାପରେ ବିଭିନ୍ନ କ୍ଲବ ମଧ୍ଯରେ ବନ୍ଧୁତ୍ବପୂର୍ଣ୍ଣ ହକି ମ୍ୟାଚ ଅନୁଷ୍ଠିତ ହୋଇଛି।

Comments are closed.