ଗତ ୨୪ ଘଣ୍ଟାରେ ଦେଶରେ କୋଭିଡ୍-୧୯ର ଆଉ ଏତିକି ନୂଆ ମାମଲା ଚିହ୍ନଟ

ନୂଆଦିଲ୍ଲୀ: ଚୀନ୍ ସହ ଅନେକ ଦେଶରେ କରୋନା ସଂକ୍ରମଣ ବଢୁଥିବା ବେଳେ ଭାରତରେ ଏଯାବତ୍ ସ୍ଥିତି ନିୟନ୍ତ୍ରଣରେ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୭୫ ନୂଆ ମାମଲା ଆସିଛି । ଚିକିତ୍ସାଧୀନ ତଥା ସକ୍ରିୟ ରୋଗୀଙ୍କ ସଂଖ୍ୟା ୨୫୭୦ କୁ ହ୍ରାସ ପାଇଛି। ଭାରତରେ ମୋଟ କୋଭିଡ୍ ମାମଲା ୪.୪୬ କୋଟିରେ ପହଞ୍ଚିଥିବା ବେଳେ ମୃତ୍ୟୁ ସଂଖ୍ୟା ୫,୩୦,୭୦୭ ହୋଇଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ ବୁଧବାର ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ ବର୍ତ୍ତମାନ ପର୍ଯ୍ୟନ୍ତ ସକ୍ରିୟ ରୋଗୀଙ୍କ ସଂଖ୍ୟା ମୋଟ ମାମଲାର ୦.୦୧% । କରୋନାର ଦୈନିକ ପଜିଟିଭିଟି ହାର ୦.୦୯% ରେକର୍ଡ ହୋଇଥିବାବେଳେ ସାପ୍ତାହିକ ପଜିଟିଭିଟି ହାର ୦.୧୨% ରହିଛି।

କୋଭିଡ୍-୧୯ରୁ ଏଯାବତ୍ ୪,୪୧,୪୫,୮୫୪ ଲୋକ ଆରୋଗ୍ୟ ଲାଭ କରିଥିବା ବେଳେ ମୃତ୍ୟୁ ହାର ୧.୧୯ ପ୍ରତିଶତ ରେକର୍ଡ କରାଯାଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ୱେବସାଇଟ୍ ଅନୁଯାୟୀ ଜାତୀୟ ସୁସ୍ଥତା ହାର ୯୮.୮୦ ପ୍ରତିଶତକୁ ବୃଦ୍ଧି ପାଇଛି।

Comments are closed.