ଆସିକା: ୭ ଲୁଟେରା ଗିରଫ, ବନ୍ଧୁକ ଓ ଗୁଳି ଜବତ

ଭଞ୍ଜନଗର: ଆସିକା ଥାନା ପୋଲିସ ଏକ ଲୁଟେରା ଗ୍ୟାଙ୍ଗ୍‌କୁ କାବୁ କରିବାରେ ସଫଳତା ପାଇଛି। ୭ ଜଣ ଲୁଟେରାଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ଜବତ କରିଛି ଗୋଟିଏ ବନ୍ଧୁକ, ୬ଟି ଗୁଳି, ୩ଟି ବାଇକ୍, ଲୁଟ୍ ହୋଇଥିବା ବିଭିନ୍ନ ଅଳଙ୍କାର ଓ ଲୁଟ୍ ଉଦ୍ଦେଶ୍ୟରେ ବ୍ୟବହୃତ ହେଉଥିବା ବହୁ ମାରଣାସ୍ତ୍ର। ଆସିକା ବଜାର ସାହିର ଏକ ଅଳଙ୍କାର ଦୋକାନରୁ ଗତ ମାସ ୧୫ ତାରିଖରେ ସୁନା, ରୁପା ଗହଣା ଲୁଟ୍‌ ମାମଲାର ତଦନ୍ତ ବେଳେ ପୋଲିସ ଏହି ସଫଳତା ହାସଲ କରିଛି। ଗିରଫ ଲୁଟେରାଙ୍କ ବିରୋଧରେ ଗଞ୍ଜାମ ଜିଲ୍ଲା ସମେତ ଜିଲ୍ଲା ବାହାରର ବିଭିନ୍ନ ଥାନାରେ ଏକାଧିକ ମାମଲା ରୁଜୁ ହୋଇଥିବା ଏଏସ୍‌ପି ପ୍ରଦୀପ କୁମାର ଦଳାଇ ବୁଧବାର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

Comments are closed.