ଠିକା ମେଡିକାଲ କଲେଜ ଶିକ୍ଷକଙ୍କ ପାରିଶ୍ରମିକ ବୃଦ୍ଧି କଲେ ରାଜ୍ୟ ସରକାର

ଭୁବନେଶ୍ବର – ରାଜ୍ୟରେ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲଗୁଡିକରେ କାର୍ଯ୍ୟରତ ଠିକା ପ୍ରଫେସର, ଆସୋସିଏଟ ପ୍ରଫେସର ଓ ଆସିଷ୍ଟାଣ୍ଟ ପ୍ରଫେସରଙ୍କ ପାରିଶ୍ରମିକ ବୃଦ୍ଧି କରାଯାଇଛି।

ପୂର୍ବରୁ ଠିକା ପ୍ରଫେସରମାନେ ମାସିକ ୧ ଲକ୍ଷ ୨୫ ହଜାର ଓ ବର୍ଷକୁ ୩ ପ୍ରତିଶତ ଲେଖାଏଁ ବୃଦ୍ଧିରେ ଦରମା ପାଉଥିଲେ। ବର୍ତ୍ତମାନ ସେମାନେ ମାସିକ ୨ ଲକ୍ଷ ୩୦ ହଜାର ଦରମା ପାଇବେ । ଏଥିସହିତ ସହିତ ସେମାନଙ୍କ ଦରମା ଏବେ ବର୍ଷକୁ ୫ ପ୍ରତିଶତ ଲେଖାଏଁ ବଳ ବୃଦ୍ଧି କରାଯିବ।

ଆସୋସିଏଟ ପ୍ରଫେସରମାନେ ପୂର୍ବରୁ ୧ ଲକ୍ଷ ଓ ବର୍ଷକୁ ୩ ପ୍ରତିଶତ ଲେଖାଏଁ ବୃଦ୍ଧିରେ ପାରିଶ୍ରମିକ ପାଉଥିଲେ। ବର୍ତ୍ତମାନ ସେମାନେ ୨ ଲକ୍ଷ ସହିତ ବର୍ଷକୁ ୫ ପ୍ରତିଶତ ଲେଖାଏଁ ବୃଦ୍ଧିରେ ପାରିଶ୍ରମିକ ପାଇବେ।

ଆସିଷ୍ଟାଣ୍ଟ ପ୍ରଫେସରମାନେ ପୂର୍ବରୁ ୭୫ ହଜାର ଓ ବର୍ଷକୁ ୩ ପ୍ରତିଶତ ଲେଖାଏଁ ବୃଦ୍ଧିରେ ପାରିଶ୍ରମିକ ପାଉଥିଲେ। ବର୍ତ୍ତମାନ ସେମାନେ ୧ ଲକ୍ଷ ୨୦ ହଜାର ସହିତ ବର୍ଷକୁ ୫ ପ୍ରତିଶତ ବୃଦ୍ଧିରେ ଦରମା ପାଇବେ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ।

Comments are closed.