ମାର୍ଚ୍ଚ ୧୦ ତାରିଖରୁ ମାଟ୍ରିକ ପରୀକ୍ଷା

ଭୁବନେଶ୍ୱର- ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ମାଟ୍ରିକ ପରୀକ୍ଷା ପାଇଁ ତାରିଖ ଘୋଷଣା କରାଯାଇଛି । ମାଟ୍ରିକ ପରୀକ୍ଷା ମାର୍ଚ୍ଚ ୧୦ ତାରିଖରୁ ଆରମ୍ଭ ହେବ । ମାର୍ଚ୍ଚ ୧୦ରୁ ୧୭ ତାରିଖ ଯାଏଁ ପରୀକ୍ଷା ଚାଲିବ । ପରୀକ୍ଷା ସମ୍ପର୍କରେ ବୋର୍ଡ ସଭାପତି ସୂଚନା ଦେଇଛନ୍ତି ।

ଫେବ୍ରୁଆରୀ ୨୦ରୁ ୨୫ ପର୍ଯ୍ୟନ୍ତ ହେବ ନବମ ଶ୍ରେଣୀ ପରୀକ୍ଷା । ଫେବ୍ରୁଆରୀ ୨୨ରୁ ୨୮ ପର୍ଯ୍ୟନ୍ତ ନବମ ପରୀକ୍ଷା ମୂଲ୍ୟାୟନ କରାଯିବ ବୋଲି ପ୍ରେସମିଟରେ ସୂଚନା ଦେଇଛନ୍ତି ବୋର୍ଡ ସଭାପତି ।

Comments are closed.