ତପ୍ତପାଣି ଘାଟିରେ ବସ୍ ଓଲଟି ୧୦ ଯାତ୍ରୀ ଆହତ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ତପ୍ତପାଣି ଘାଟି ପାଳୁଖୋଳା ଗାଁ ନିକଟରେ ଗୁରୁବାର ପୂର୍ବାହ୍ନରେ ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାର‌ ଶିକାର ହୋଇଛି। ଏଥିରେ ୧୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ବସଟି ଗଜପତି ଜିଲ୍ଲା ଅଡ଼ବାରୁ ବ୍ରହ୍ମପୁର ଅଭିମୁଖେ ଯାଉଥିଲା। ମାତ୍ର ବ୍ରେକ୍ ଫେଲ୍ ହୋଇଯିବା ଯୋଗୁଁ ଏଭଳି ଦୁର୍ଘଟଣା ଘଟିଥିବା କୁହାଯାଉଛି।ତେବେ ବସ୍ ଚାଳକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ବଡ଼ ଅଘଟଣ ଟଳି ଯାଇଥିଲା ଓ ବହୁ ଯାତ୍ରୀ ବର୍ତ୍ତି ଯାଇଥିଲେ। ସାନଖେମୁଣ୍ଡି ଅଗ୍ନିଶମ ବିଭାଗ ଷ୍ଟାଫ୍ ଆହତଙ୍କୁ ଉଦ୍ଧାର କରି ଦିଗପହଣ୍ଡି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇଥିଲେ। ପାଟପୁର ପୋଲିସ ଘଟଣାସ୍ଥଳରେ ତଦନ୍ତ କରୁଛି।

Comments are closed.