ଆଜିଠୁ ରାଜ୍ୟରେ କାର୍ଯ୍ୟ ଆରମ୍ଭ କରିବ ଡିଲଏଟ୍ , ଭୁବନେଶ୍ଵରରେ ଆଇଟି କମ୍ପାନୀର ଅଫିସ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ 

ଭୁବନେଶ୍ୱର – ଆଜିଠାରୁ ବିଧିବଦ୍ଧ ଭାବେ ରାଜ୍ୟରେ କାର୍ଯ୍ୟ ଆରମ୍ଭ କରିବ ପ୍ରମୁଖ ଆଇଟି କମ୍ପାନୀ ଡିଲ ଏଟ୍ । ଭୁବନେଶ୍ୱରର ନୂଆ ଆଇସିଓଏମସି କୋଠାରେ କମ୍ପାନୀ ତାହାର ସାମର୍ଥ୍ୟ ବୃଦ୍ଧି କେନ୍ଦ୍ର ଖୋଲିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କମ୍ପାନୀର କାର୍ଯ୍ୟାଳୟକୁ ଉଦଘାଟନ କରିବେ ।

ସୂଚନାଯୋଗ୍ୟ ଯେ, ଗତବର୍ଷ ବେଙ୍ଗାଳୁରୁରେ ଓଡିଶା ଇନଭେଷ୍ଟର୍ସ ମିଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫-ଟି ସଚିବ ଭି.କେ ପାଣ୍ଡିଆନ ଡିଲଏଟର ବରିଷ୍ଠ ଅଧିକାରୀମାନଙ୍କୁ ଭେଟି ଓଡ଼ିଶା ଆସିବା ପାଇଁ କହିଥିଲେ । ଡିଲଏଟ ମଧ୍ୟ ଏ ନେଇ ସକାରାତ୍ମକ ମତ ଦେଇଥିଲା । ଖୁବ୍ କମ୍ ସମୟ ମଧ୍ୟରେ ଡିଲଏଟ ଭୁବନେଶ୍ଵରରେ ତାହାର କାର୍ଯ୍ୟାଳୟ ଖୋଲୁଛି ।

Comments are closed.