ନନ୍ଦନକାନନରେ ବାଘ ସଂଖ୍ୟା ୨୮କୁ ବୃଦ୍ଧି, ତିନି ଶାବକଙ୍କୁ ଜନ୍ମ ଦେଲା ବାଘୁଣୀ ରୁପା

ଭୁବନେଶ୍ୱର – ନୂଆବର୍ଷରେ ନନ୍ଦନକାନନରେ ଜନ୍ମ ହୋଇଛନ୍ତି ତିନି ବାଘ ଶାବକ । ଧଳା ବାଘୁଣୀ ମହାବଳ ବରୁପା ତିନି ଶାବକଙ୍କୁ ଜନ୍ମ ଦେଇଛି । ଜନ୍ମିତ ଛୁଆଙ୍କ ମଧ୍ୟରେ ଦୁଇଟି କଳା ଶାବକ ଓ ଗୋଟିଏ ଧଳା ଶାବକ ଅଛନ୍ତି । ଉଭୟ ମା’ ଓ ଶାବକ ସୁସ୍ଥ ଥିବା ନନ୍ଦନକାନନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ସିସି ଟିଭି ଜରିଆରେ ସେମାନଙ୍କ ଉପରେ ନଜର ରଖାଯାଉଛି । ଏହି ୩ ଶାବକଙ୍କୁ ମିଶାଇ ନନ୍ଦନକାନନରେ ବାଘ ସଂଖ୍ୟା ୨୮କୁ ବୃଦ୍ଧି ପାଇଛି ।

Comments are closed.