ଆସ୍କା ପୋଲିସ ଷ୍ଟେସନ ସାରା ଭାରତରେ ଶ୍ରେଷ୍ଠ, କେନ୍ଦ୍ର ଗୃହମନ୍ତ୍ରୀ ଦେବେ ପୁରସ୍କାର

ନୂଆଦିଲ୍ଲୀ – ଓଡ଼ିଶା ପାଇଁ ଗର୍ବର ବିଷୟ। ଗଞ୍ଜାମ ଜିଲ୍ଲାର ଆସ୍କା ପୋଲିସ ଷ୍ଟେସନ ଭାରତର ଶ୍ରେଷ୍ଠ ବିବେଚିତ ହୋଇଛି । ୨୦୨୨ ବର୍ଷ ପାଇଁ ଦେଶର ତିନିଟି ଶ୍ରେଷ୍ଠ ଥାନା ମଧ୍ୟରେ ରହିଛି ଆସ୍କା ଥାନା । ୧୯୩୬ ମସିହାଠାରୁ ପ୍ରଥମ ଥର ପାଇଁ ଓଡ଼ିଶାର ଏକ ପୋଲିସ ଷ୍ଟେସନ ସାରା ଭାରତରେ ଶ୍ରେଷ୍ଠ ବିବେଚିତ ହୋଇଛି । ଦେଶର ଶ୍ରେଷ୍ଠ ପୋଲିସ ଷ୍ଟେସନ ନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ସର୍ଭେ କରାଯାଇଥିଲା। ପ୍ରତ୍ୟେକ ପୋଲିସ ଷ୍ଟେସନ ପାଇଁ ୧୬୫ ମାପଦଣ୍ଡକୁ ବିଚାରକୁ ନିଆଯାଇଥିଲା ।

 

ଆସନ୍ତା ୨୦ ରୁ ୨୨ ତାରିଖ ଯାଏଁ ନୂଆଦିଲ୍ଲୀରେ ହେବାକୁ ଥିବା ପୋଲିସ ଡିଜି ଓ ଆଇଜିପିଙ୍କ ସମ୍ମିଳନୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆସ୍କା ଥାନାକୁ ପୁରସ୍କାର ପ୍ରଦାନ କରିବେ ।

Comments are closed.