ଓଡ଼ିଶା ପାଇଁ କୋଭିଡ ବିପଦ ନାହିଁ: ସ୍ୱାସ୍ଥ୍ୟ ବିଶେଷଜ୍ଞ ଜୟନ୍ତ ପଣ୍ଡା 

ଭୁବନେଶ୍ବର -ଓଡିଶା ପାଇଁ କୋରୋନା ବିପଦ ନାହିଁ। ସ୍ବାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ଜୟନ୍ତ ପଣ୍ଡା ଏହା କହିଛନ୍ତି । ରାଜ୍ୟ ସରକାରଙ୍କ କୋଭିଡ ସଂପର୍କିତ ପ୍ରେସମିଟରେ ଡାକ୍ତର ପଣ୍ଡା କହିଛନ୍ତି ଯେ, ଓଡ଼ିଶା ପାଇଁ କୋଭିଡ ବିପଦ ଆଉ ନାହିଁ। ଦେଶରେ ଦୈନିକ ୨ ଲକ୍ଷ ଏବଂ ରାଜ୍ୟରେ ୭ ହଜାର ଟେଷ୍ଟ କରାଯାଉଛି। ସେଥିରୁ ପଜିଟିଭ ବାହାରୁଥିବା ସଂଖ୍ୟା ଅତି ନଗଣ୍ୟ । ତଥାପି ସତର୍କ ରହିବା ସହ ମାସ୍କ ପିନ୍ଧିବା ଓ ଭିଡ଼ ସ୍ଥାନକୁ ନ ଯିବାକୁ ସେ ପରାମର୍ଶ ଦେଇଛନ୍ତି । ଆଇସିଏମଆର ମାର୍ଗଦର୍ଶିକା ଅନୁସାରେ ଦ୍ବିତୀୟ ବୁଷ୍ଟର ଡୋଜ ବ୍ୟବସ୍ଥା ନାହିଁ ବୋଲି ସେ ସୂଚନା ଦେଇଛନ୍ତି ।

ତଥାପି ଦୁଃସାଧ୍ୟ ରୋଗାକ୍ରାନ୍ତଙ୍କୁ ଦ୍ବିତୀୟ ବୁଷ୍ଟର ଡୋଜ ଦରକାର ହୋଇପାରେ। ଯେଉଁମାନେ ବୁଷ୍ଟର ଡୋଜ ନେଇନାହାନ୍ତି, ସେମାନେ ଏବେ ନେଇଯିବା ଉଚିତ ବୋଲି ସେ ପରାମର୍ଶ ଦେଇଛନ୍ତି । ବର୍ତ୍ତମାନ ସ୍ଥିତିକୁ ଦେଖିଲେ ଏତିକି କୁହାଯାଇପାରେ ରାଜ୍ୟରେ କୋଭିଡ ବିପଦ ନାହିଁ। ବର୍ତ୍ତମାନ ଭାରତ ତଥା ଓଡ଼ିଶା ପାଇଁ କୋଭିଡ ବିପଦ ନାହିଁ ବୋଲି ଡାକ୍ତର ଜୟନ୍ତ ପଣ୍ଡା ପ୍ରକାଶ କରିଛନ୍ତି।

Comments are closed.