ବୌଦ୍ଧ ଜିଲ୍ଲାରେ ଜୁଆ ଆଡ୍ଡା ଉପରେ ଚଢାଉ, ୬ ଗିରଫ

ବୌଦ୍ଧ – ବୌଦ୍ଧ ଜିଲ୍ଲା ବାଉଁଶୁଣି ପୋଲିସ ଅଇଁଲାପାଲି ଗାଁରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଚଢ଼ାଉ କରିଛି ୬ ଜଣଙ୍କୁ ଗିରଫ କରିଛି। ଗିରଫ ଜୁଆଡିଙ୍କଠାରୁ ୬ଟି ମୋବାଇଲ ଫୋନ ଓ ୧୮ ହଜାର ଟଙ୍କା ଜବତ କରାଯାଇଛି।

ବାଉଁଶୁଣି ଥାନା ଅଇଁଲାପାଲି ଗାଁରେ ଜୁଆ ଖେଳ ଚାଲୁଥିବା ନେଇ ଖବର ପାଇଲା ପରେ ଚଢ଼ାଉ କରିଥିଲା ପୋଲିସ । ୬ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟମାନେ ଖସି ପଳାଇଥିଲେ।

Comments are closed.