ପ୍ରଫେସର ବିଧୁଭୂଷଣ ମିଶ୍ର ସମ୍ବଲପୁର ବିଶ୍ବବିଦ୍ୟାଳୟର ନୂଆ କୁଳପତି

ଭୁବନେଶ୍ୱର – ସମ୍ବଲପୁର ବିଶ୍ୱବିଦ୍ୟାଳୟର ନୂଆ କୁଳପତି ଭାବେ ପ୍ରଫେସର ବିଧୁଭୂଷଣ ମିଶ୍ରଙ୍କୁ ନିଯୁକ୍ତ କରାଯାଇଛି । କୁଳାଧିପତି ତଥା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ତାଙ୍କୁ ୪ ବର୍ଷ ପାଇଁ କୁଳପତି ନିଯୁକ୍ତ କରିଛନ୍ତି।

ପ୍ରଫେସର ମିଶ୍ରଙ୍କର ଅଧ୍ୟାପନା କ୍ଷେତ୍ରରେ ୩୪ ବର୍ଷର ଅଭିଜ୍ଞତା ରହିଛି। ସେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଅବସର ନେଇଥିଲେ। ସେ ସେଠାରେ ଏମବିଏ ବିଭାଗର ପ୍ରଫେସର ଥିଲେ।

Comments are closed.