ଅର୍ଚ୍ଚନା ନାଗ ମାମଲାରେ ପ୍ରାଥମିକ ଚାର୍ଜସିଟ ଦାଖଲ କରିବ ଇଡି

ଭୁବନେଶ୍ୱର – ଅର୍ଚ୍ଚନା ନାଗ ବ୍ଳାକମେଲ ମାମଲାରେ ଆଜି ଚାର୍ଜସିଟ୍‌ ଦାଖଲ କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ -ଇଡି । ୧୩୦୦ ପୃଷ୍ଠାର ପ୍ରାଥମିକ ଚାର୍ଜସିଟ୍‌ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଦାଖଲ କରାଯିବ ବୋଲି ସୂଚନା ମିଳିଛି । ଅର୍ଚ୍ଚନା, ଜଗବନ୍ଧୁ ଓ ଖଗେଶ୍ୱରଙ୍କ ବିରୋଧରେ ଇଡି ଚାର୍ଜସିଟ୍‌ ଦାଖଲ କରିବ ।

ଜେରା ସମୟରେ ରେକର୍ଡ କରାଯାଇଥିବା ଅଡିଓ ଓ ଭିଡିଓ ମଧ୍ୟ ଦାଖଲ କରିବ ଇଡି । ପୂର୍ବରୁ ଅର୍ଚ୍ଚନା ନାଗକୁ ଇଡି ଦୁଇ ଦୁଇଥର ରିମାଣ୍ଡରେ ନେଇ ଜେରା କରିଥିଲା । ଅର୍ଚ୍ଚନାର ସମ୍ପତ୍ତିକୁ ନେଇ ଘନଘନ ଜେରା କରିଥିଲା ଇଡି । ଏତେ କମ୍‌ ଦିନ ମଧ୍ୟରେ ଏତେ ସମ୍ପତ୍ତି କିପରି ଠୁଳ କରାଗଲା ସେନେଇ ଇଡି ପଚରାଉଚରା କରିଥିଲା ।

ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁଙ୍କୁ ମଧ୍ୟ ଇଡି ରିମାଣ୍ଡରେ ଆଣି ଜେରା କରିଥିଲା । ସିନେ ପ୍ରଯୋଜକ ଅକ୍ଷୟ ପରିଜା ଦେଇଥିବା ଏତଲା ଆଧାରରେ ମଧ୍ୟ ଅର୍ଚ୍ଚନାଙ୍କୁ ଜେରା କରାଯାଇଛି ।

Comments are closed.