ହରିଶଙ୍କରରୁ ଫେରୁଥିବା ବେଳେ ବସ୍ ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ୪୫ ଯାତ୍ରୀ

ବୌଦ୍ଧ , ୦୯ / ୦୧ : ହରିଶଙ୍କରରୁ କେନ୍ଦ୍ରାପଡ଼ା ଫେରୁଥିବା ବେଳେ ବସ୍‌ ଦୁର୍ଘଟଣାଗ୍ରସ୍ତ । ବୌଦ୍ଧ ଜିଲ୍ଲା ୫୭ ନମ୍ବର ଜାତୀୟ ରାଜପଥ ହରଭଙ୍ଗା ବ୍ଲକର ବୀର ନରସିଂହପୁର ଠାରେ ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ହେଲେ ବସ୍‌ରେ ଥିବା ୪୫ ଜଣ ଯାତ୍ରୀ ଅଳ୍ପକେ ବର୍ତି ଯାଇଛନ୍ତି ।

ସୂଚନାନୁଯାୟୀ , କେନ୍ଦ୍ରାପଡ଼ା ଜିଲ୍ଲାରୁ କିଛି ତୀର୍ଥଯାତ୍ରୀଙ୍କୁ ନେଇ ଦୁଇଟି ବସ୍ କେନ୍ଦ୍ରାପଡ଼ାରୁ ହରିଶଙ୍କର ଆସି ଗତକାଲି ଫେରୁଥୁଲା । ବସ୍‌ ବୌଦ୍ଧ ଜିଲ୍ଲା ବୀରନରସିଂହପୁର ନିକଟରେ ଗୋଟିଏ ବସ୍ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଖସି ଯାଇଥିଲା । ତେବେ ଦୁର୍ଘଟଣାରୁ ୪୫ ଜଣ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ବସ୍‌ରେ ଥିବା ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଛି ।

Comments are closed.