ନୟାଗଡ଼ ଜିଲ୍ଲା ଫତେପୁରରୁ କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ

ଭୁବନେଶ୍ୱର – ରାଜ୍ୟରେ ପୁଣି ଥରେ ବ୍ରାଉନସୁଗାର ଜବତ । ନୟାଗଡ଼ ଜିଲ୍ଲାର ଫତେପୁରରୁ କୋଟିଏ ଅଧିକ ଟଙ୍କାରୁ ଅଧିକ ମୂଲ୍ୟର ବ୍ରାଉନସୁଗାର ଜବତ ହୋଇଛି । ଏହି ଘଟଣାରେ କ୍ରାଇମବ୍ରାଞ୍ଚ ‌ଏସଟିଏଫ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଜୋରଦାର ତଦନ୍ତ କରାଯାଉଛି । ବେଶ କିଛି ଦିନ ପରେ ପୁଣି ଥରେ ରାଜ୍ୟରେ ଏତେ ଟଙ୍କା ମୂଲ୍ୟର ବ୍ରାଉନସୁଗାର ଜବତ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ । ବିଭିନ୍ନ ସ୍ଥାନରେ ଅନେକ ସମୟରେ ବିପୁଳ ପରିମାଣର ବ୍ରାଉନସୁଗାର ଜବତ ହେଉଛି । ବିଶେଷ କରି ରାଜଧାନୀ ଭୁବନେଶ୍ବର, ବାଲେଶ୍ଵରର ଜଳେଶ୍ଵର ଅଞ୍ଚଳ ଧଳାଜହର କାରବାରର ହବ୍ ପାଲଟିଛି।

Comments are closed.