ଏନ୍ଏଚ୍ ୫୩ ନୀଳଡୁଂଗୁରୀରେ ଟୋଲ ଆଦାୟକୁ ନେଇ ବିରୋଧ

ସମ୍ବଲପୁର: ସମ୍ବଲପୁର ରୁ ଦେବଗଡ ଦେଇ ନିର୍ମାଣାଧୀନ ୫୩ ନମ୍ବର ରାଜପଥ ରେ କବରାପାଲି ପଂଚାୟତର ନୀଳଡୁଂଗୁରୀ ଠାରେ ଟୋଲ ଆଦାୟ ପାଇଁ ଟୋଲଗେଟ ସ୍ଥାପନ କରାଯାଇଛି। ଆଉ ଆଜିଠାରୁ ଟୋଲ ଆଦାୟ ଆରମ୍ଭ ହୋଇଥିବା ବେଳେ ଏହାକୁ ଜୋରଦାର ବିରୋଧ କରାଯାଇଛି। ସ୍ଥାନୀୟ ଲୋକଙ୍କୁ ବି ଏଥିରୁ ବାଦ ଦିଆଯାଉ ନଥିବା ନେଇ ପ୍ରତିବାଦ ଆରମ୍ଭ ହୋଇଛି। ଏ ନେଇ ନୀଳଡୁଂଗୁରୀ ଶିବ ମନ୍ଦିର ପ୍ରାଂଗଣରେ ସ୍ଥାନୀୟ ଅଂଚଳର ଲୋକଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ବୈଠକରେ ସ୍ଥାନୀୟ ଲୋକଙ୍କୁ ଟୋଲ ମୁକ୍ତ କରାଯିବା, କବରାପାଲି ନିକଟରେ ରାସ୍ତା ପାରି ହେବ ବ୍ୟବସ୍ଥା କରାଯିବା ସହ କବରାପାଲିରେ ସର୍ଭିସ ରୋଡ ନିର୍ମାଣ କରିବା ପାଇଁ ବୈଠକରେ ଦାବି କରାଯାଇଛି। ପୂର୍ବତନ ଯୁଯୋମୁରା ବ୍ଲକ ଅଧ୍ଯକ୍ଷ ଶରତଚନ୍ଦ୍ର ସାହୁଙ୍କର ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ କବରାପାଲି ପଂଚାୟତ ଏବଂ ଆଖପାଖର ଅନେକ ଲୋକ ସାମିଲ ହୋଇ ସ୍ଥାନୀୟ ଲୋକଙ୍କ ଠାରୁ ଟୋଲ ଆଦାୟକୁ ତୀବ୍ର ବିରୋଧ କରିଛନ୍ତି।

Comments are closed.