ବରାହାଗୁଡାରେ ଗ୍ରାମାଞ୍ଚଳ ଥାନା ଉଦଘାଟିତ, ଭର୍ଚୁଆଲ ମାଧ୍ୟମରେ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ବରଗଡ଼ ୦୯/୦୧: ବରଗଡ଼ ସଦର ବ୍ଲକ ଅନ୍ତର୍ଗତ ବରାହାଗୁଡା ପଞ୍ଚାୟତ ଠାରେ ଗ୍ରାମାଞ୍ଚଳ ଥାନା ଉଦଘାଟିତ ହୋଇଛି । ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାର୍ଚୁଆଲ ମାଧ୍ୟମରେ ଉଦଘାଟନ କରିଥିଲେ ।ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ ବରଗଡ଼ ବିଧାୟକ ତଥା ଯୋଜନା ବୋର୍ଡ ଅଧ୍ୟକ୍ଷ ଦେବେଶ ଆଚାର୍ଯ୍ୟ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ମାନିନୀ ଭୋଇ, ଜିଲ୍ଲାପାଳ ମନୀଷା ବାନାର୍ଜୀ, ଜିଲ୍ଲା ପରିଷଦ ସିଇଓ ଆଦିତ୍ୟ କୁମାର ଗୋୟଲ, ବରଗଡ଼ ବ୍ଲକ ଉପାଧ୍ୟକ୍ଷ ଉମେଶ ଚନ୍ଦ୍ର ପଣ୍ଡା ଯୋଗ ଦେଇଥିଲେ । ସଭାକୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସ୍ମିତ ପୁରୁଷୋତ୍ତମ ଦାଶ ପର୍ମାର ଅଧ୍ୟକ୍ଷତା କରିଥିଲେ । ଏହି ଥାନା ୯ଟି ଗ୍ରାମ ପଞ୍ଚାୟତକୁ ପୋଲିସ ସେବା ଯୋଗାଇ ଦେବ। ଯଦ୍ବାରାକି ଉକ୍ତ ଗ୍ରାମାଞ୍ଚଳରେ ହେଉଥିବା ଅପରାଧିକ କାର୍ଯ୍ୟକଳାପ ଦମନ କରାଯାଇପାରିବ ବୋଲି ଏସପି ବକ୍ତବ୍ୟ ରଖିଥିଲେ ।

Comments are closed.